ଢେଙ୍କାନାଳ ଏବେ ଅତିକ୍ରମ କରୁଛି ଡ୍ରାଇଭର ମହାସଂଘ ଦଣ୍ଡବତ ଯାତ୍ରା : ଘେରିବେ ନବୀନ ନିବାସ !

ଢେଙ୍କାନାଳ ଏବେ ଅତିକ୍ରମ କରୁଛି ସମ୍ବଲପୁରର ମା’ ସମଲେଇ ପୀଠରୁ ଆରମ୍ଭ ହୋଇଥିବା ଦଣ୍ଡବତ ଯାତ୍ରା । ୯ ଦଫା ଦାବି ନେଇ ରାଜରାସ୍ତାରେ ଦଣ୍ଡବତ ଯାତ୍ରା କରୁଛନ୍ତି ଓଡିଶା ଡ୍ରାଇଭର ମହାସଂଘ କର୍ମକର୍ତ୍ତା।

ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଦଣ୍ଡବତ କରି କରି ରାଜରାସ୍ତାରେ ପୂରା ୨ଶହ କିମି ଅତିକ୍ରମ କରି ସାରିଲେଣି। ଢେଙ୍କାନାଳରୁ ସେମାନେ କଟକ ଓ ପରେ ଭୁବନେଶ୍ୱର ନବୀନ ନିବାସ ମୁହାଁ ହେବେ ବୋଲି କହିଛନ୍ତି।ଏବେ ଆମେ ଟ୍ରେଲର ଦେଖାଉଛୁ, ଆଗକୁ ପୂରା ଫିଲ୍ମ ବାକି ଅଛି ।’ ଏପରିକି ନବୀନ ନିବାସ ବି ଘେରିବୁ।’ ଏହି ଚେତାବନୀ ଦେଇଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ । ଆଗାମୀ ୮ ତାରିଖ ସୁଧା ନବୀନ ନିବାସରେ ପହଞ୍ଚି ସରକାରଙ୍କ ସହ ନିଜ ହକ ପାଇଁ ଆଲୋଚନା କରିବେ ବୋଲି ଯୋଜନା କରିଛନ୍ତି ।

ଯଦି ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ରାଜ୍ୟ ବ୍ୟାପୀ ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭର। ଓଡ଼ିଶା ଡ୍ରାଇଭର ମହାସଂଘ କର୍ମକର୍ତ୍ତା କହିଛନ୍ତି, ଡ୍ରାଇଭରଙ୍କର  ଇନସୁରାନ୍ସ , ରାସ୍ତାରେ ସୁରକ୍ଷା , ପେନସନ୍‌ ବି ଲୋଡ଼ା। ଦେଶର ଅର୍ଥନୀତି, ପ୍ରଗତିର ମୂଳ ମେରୁଦଣ୍ଡ ହେଉଛି ଡ୍ରାଇଭର। ହେଲେ ସରକାର ଆମ ସହ ଖେଳ ଖେଳୁଛନ୍ତି। ତେଣୁ ଆମେ ଦଣ୍ଡବତ କରି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ। ଏଥର ଆମ ଦାବି ପୂରଣ ନ କଲେ ଆଉ କୌଣସି ଆଲୋଚନା ନାହିଁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ ହେବ ।

ସୂଚନା ଥାଉକି, ଗତବର୍ଷ ଡ୍ରାଇଭରଙ୍କ ବିଶାଳ ଶୋଭାଯାତ୍ରା ହେତୁ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା ଏକ ପ୍ରକାର ଭୁଶୁଡ଼ି ପଡିଥିବା ବେଳେ ପୁନର୍ବାର ହଜାର ହଜାର ଡ୍ରାଇଭର ଭୁବନେଶ୍ୱର ମୁହାଁ ହେଉଥିବା ବେଳେ ସେମାନଙ୍କୁ କିପରି ନିୟନ୍ତ୍ରଣରେ କରାଯିବ ତାହା ପୁଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ  ।

Leave A Reply

Your email address will not be published.

4 × 1 =