ଢେଙ୍କାନାଳ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ -୨୦୨୨ !

ଢେଙ୍କାନାଳ : ଢେଙ୍କାନାଳ ଷ୍ଟାଡିୟମ୍ ଠାରେ ଫିଫା ଦ୍ୱାରା ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ବାଳକ ବାଳିକାମାନଙ୍କର ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଂଟ୍‌-୨୦୨୨ର ତୃତୀୟ ଦିବସର କାର୍ଯ୍ୟକ୍ରମ ସମାପ୍ତ ହୋଇଛି ।

ଏହି ପ୍ରତିଯୋଗିତା ତା୧୧.୧୦.୨୦୨୨ରିଖ ରୁ ଆରମ୍ଭ ହୋଇ ତା୧୭.୧୦.୨୦୨୨ରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଂଟ୍ ଚାଲିବ । ତୃତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦାନ କରି ଶୃଙ୍ଖଳା ହେଉଛି ଫୁଟ୍‌ବଲ୍ ଖେଳର ମୂଳମନ୍ତ୍ର, ତେଣୁ ଖେଳାଳୀମାନେ ତାହାକୁ ଅନୁପାଳନ କରି ଦଳଗତ ଶୃଙ୍ଖଳା ରକ୍ଷା କଲେ ବିଜୟ ସୁନିଶ୍ଚିତ ବୋଲି ଦୃଢ ଅଭିବ୍ୟକ୍ତି ପ୍ରକାଶ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଯୋଗଦାନ କରି କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ । ବିଶିଷ୍ଟ ସମ୍ମାନିତ ଅତିଥି ଭାବରେ ଅଲମ୍ପିକ୍ ଖେଳାଳୀ କେ. ରବି କୁମାର କ୍ରୀଡାକୁ ଜୀବନର ଏକନିଷ୍ଠ ଲକ୍ଷ୍ୟ କରିପାରିଲେ ହିଁ ବିଶ୍ୱରେ ସପଳତା ହାସଲ ନିଶ୍ଚିତ ସମ୍ଭବ ବୋଲି ଦୃଢ ମତପୋଷଣ କରିଥିଲେ । ମଞ୍ଚାସୀନ ଅତିଥିମାନେ ବିଭିନ୍ନ କ୍ରୀଡା ଶିକ୍ଷକମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ ଫୁଟବଲ୍ ବଂଟନ କରିଥିଲେ । ଢେଙ୍କାନାଳ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଢେଙ୍କାନାଳ ଜିଲ୍ଲା କ୍ରୀଡା ଆସୋସିଏସନ୍‌ର ସହ ସମ୍ପାଦକ ଅତିଥିମାନଙ୍କୁ କ୍ରୀଡାବିତ୍ ମାନଙ୍କ ସହିତ ପରିଚୟ କରାଇ କରମର୍ଦନ କରାଇଥିଲେ । ଘୋଷକ ଭାବେ ବିପିନ୍ ବିହାରୀ ସାହୁ କ୍ରୀଡା ଶିକ୍ଷକ ଓ କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରି ଫୁଟ୍‌ବଲ୍ ମ୍ୟାଚ୍ ଗୁଡିକର ସଂପୂର୍ଣ୍ଣ ଧାରା ବିବରଣୀ ପ୍ରଦାନ କରିଥିଲେ ।

ପ୍ରଥମ ଫୁଟ୍‌ବଲ୍ ମ୍ୟାଚ୍ କଙ୍କଡାହାଡ ଓ ଓଡାପଡା ମଧ୍ୟରେ ହୋଇଥିଲା । ଏଥିରେ କଙ୍କଡାହାଡ ୧-୦ ଗୋଲ୍‌ରେ ବିଜୟ ଲାଭ କରିଥିଲା । ଆଜିର ଦ୍ୱିତୀୟ ମ୍ୟାଚ୍ ପର୍ଜଙ୍ଗ ଓ ଢେଙ୍କାନାଳ ସଦର ମଧ୍ୟରେ ଅନୁଷ୍ଠିତ ହୋଇ ଡ୍ର ହୋଇଥିଲା । ତୃତୀୟ ମ୍ୟାଚ୍ କଙ୍କଡାହାଡ ଓ ପରଜଙ୍ଗ ମଧ୍ୟରେ ହୋଇଥିଲା । କଙ୍କଡାହାଡ ୪-୦ ଗୋଲ୍‌ରେ ବିଜୟଲାଭ କରିଥିଲା । ଏହି କ୍ରୀଡା କାର୍ଯ୍ୟକ୍ରମକୁ ରେଫରୀ ଭାବରେ ସୁଶିଲ୍ କୁମାର ପଣ୍ଡା, ସୁଶାନ୍ତ ନାଥ, ସୁନିଲ୍ ପଟ୍ଟନାୟକ, ବାନାର୍ଜୀ ମହାନ୍ତି, ସୁବ୍ରତ କୁମାର ମିଶ୍ର, ଅନୀଲ୍ ପ୍ରସାଦ ନନ୍ଦ, ସାଗର ରାଉତ ପ୍ରମୁଖ ଫୁଟୁବଲ୍ ମ୍ୟାଚ୍‌ଗୁଡିକୁ ସୁପରିଚାଳନା କରିଥିଲେ ।

ପ୍ରଥମ ମ୍ୟାଚ୍‌ରେ ସୁଦର୍ଶନ ହାଁସ୍‌ଦା ଗୋଟିଏ ଗୋଲ୍ କରି କଙ୍କଡାହାଡକୁ ବିଜୟଲାଭ କରିଥିଲେ । ସେହିପରି ଶେଷ ମ୍ୟାଚ୍‌ରେ ସୁଦର୍ଶନ ହାଁସ୍‌ଦା ୧ଟି ଗୋଲ୍‌, ଇନ୍ଦ୍ରମଣି ମୁଣ୍ଡା ୨ଟି ଗୋଲ୍ ଓ ପିଂଟୁ ନନ୍ଦ ମହାନ୍ତ ୧ଟି ଗୋଲ୍ କରି ସମୁଦାୟ ୪ଟି ଗୋଲ୍ କରି କଙ୍କଡାହାଡକୁ ବିଜୟ କରାଇଥିଲେ । ଢେଙ୍କାନାଳ ସଦର ବ୍ଲକ୍‌ର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରବିନ୍ଦ ତ୍ରିପାଠୀ, ସନ୍ତୋଷ ପାଣିଗ୍ରାହୀ, ବନବିହାରୀ ବାରିକ, ନସିମ୍ ଆରା ବେଗମ୍‌, କ୍ରୀଡା ଶିକ୍ଷକ ନରେଶ କୁମାର ମହାରଣା, ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ୍ ସଂଘର ସହ-ସମ୍ପାଦକ, କ୍ରୀଡାପ୍ରେମୀ ଡ. ଦେବୀ ପ୍ରସାଦ ମିଶ୍ର, ଢେଙ୍କାନାଳ ଜିଲ୍ଲାରୁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନ ସେହଯୋଗ କରିଥିଲେ ।

ଜିଲ୍ଲା କ୍ରୀଡା ସଂଘର ସଂପାଦକ ନଳିନୀ କୁମାର ଦାସଙ୍କ ଓ ସମସ୍ତ କର୍ମକର୍ତାବୃନ୍ଦ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସସ୍ମିତା ସାହୁ, ଓ କାର୍ଯ୍ୟାଳୟର କର୍ମକର୍ତାବୃନ୍ଦ କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.

18 − eight =