ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚର ଦୁର୍ନୀତି ମୁକ୍ତ ପ୍ରସାର କେନ୍ଦ୍ର ଉଦ୍‌ଗାଟନ !

ଢେଙ୍କାନାଳ : ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ , ଢେଙ୍କାନାଳ ଶାଖା ତରଫରୁ ପବିତ୍ର ଲକ୍ଷ୍ମୀପୂଜା ଅବସରରେ ଜନସାଧାରଣଙ୍କ ସଚେତନତା ପାଇଁ ଏବଂ ଢେଙ୍କାନାଳ ଜିଲ୍ଲାକୁ ଦୁର୍ନୀତିମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବାକୁ ଏକ ପ୍ରସାର କେନ୍ଦ୍ର ବସ୍‌ଷ୍ଟାଣ୍ଡ ନିକଟସ୍ଥ ଆମ ଗାଁ ହାଟ ସମ୍ମୁଖରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି ।

ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ସଭାପତି ଅଜୟ କୁମାର ମିଶ୍ର ସଭାପତିତ୍ୱ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରି ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ଓଡିଶାର ଦୁର୍ନୀତି ସଂଘର୍ଷ ମଂଚର ଢେଙ୍କାନାଳ ଜିଲ୍ଲା ଶାଖାର ସଭ୍ୟସଭ୍ୟାମାନେ ଯୋଗଦେଇଥିଲେ ।

ଏଥି ସହିତ ସୌନ୍ଦର୍ଯ୍ୟାର ସଭାନେତ୍ରୀ ସ୍ମିତାରାଣୀ ସାମଲ ନାରୀମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ଦୂର କରିବା ପାଇଁ ତାଙ୍କ ସଂଗଠନର ଆଭିମୁଖ୍ୟ ରଖିଥିଲେ । ଉପସ୍ଥିତ ଥିବା ଭଦ୍ର ବ୍ୟକ୍ତି ମାନେ ମଧ୍ୟ ନିଜ ନିଜର ବ୍ୟକ୍ତବ୍ୟ ରଖିଥିଲେ । ସମସ୍ତେ ଏକ ସ୍ୱରରେ ଦୁର୍ନୀତି କିପରି ହଟିବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ ସଭାରେ ବୁଦ୍ଧିଜୀବୀ ସଂଗଠନର ଡଃ. ତୁଷାରକାନ୍ତି ନାୟକ, ରୁଦ୍ର ନାରାୟ ଶରଣ, ମଦମୁକ୍ତ ଅଭିଯାନର ଡଃ ପ୍ରମୋଦ କୁମାର ନାୟକ, ନେଚରପ୍ୟାଥୀର ପରିଚାଳକ ପିତବାସ ସାହୁ, ଅଖିଳ ମହାପାତ୍ର, ଲେଖ ସଂସଦର ସଭାପତି ବସନ୍ତ ପଟ୍ଟନାୟକ, ଗଁଦିଆ ଶାଖାର କାର୍ଯ୍ୟକାରୀ ସଭାପତି ଡମ୍ବରୁଧର ସେଠୀ, ସଂପାଦକ କାମାକ୍ଷାପ୍ରସାଦ ବିହାରୀ ମଧ୍ୟ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ ।

ଏ ଶୁଭ କାର୍ଯ୍ୟକୁ ମଂଚର ଜିଲ୍ଲା ଶାଖାର ଉପସଭାପତି, ସରୋଜ କୁମାର ଶତପଥୀ ପରିଚାଳନ କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ତାକୁ କାର୍ଯ୍ୟରେ ଦୀପ୍ତିସ୍ କୁମାର ମଲ୍ଲିକ ସହାଯ୍ୟ କରିଥିଲେ ।

Leave A Reply

Your email address will not be published.

twenty − 12 =