ଢ଼େଙ୍କାନାଳ: ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଯୋଜନାକୁ ପ୍ରତି ଘରେ ଘରେ ପହଁଚାଇବା ଉଦ୍ଦେଶ୍ୟରେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ ଓ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ପରାମର୍ଶ କ୍ରମେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ୧ ନମ୍ବର ୱାର୍ଡ ରେ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ୱାର୍ଡ ନମ୍ବର ୭ ,୧୪ ଓ ୧୫ ତିନୋଟି ୱାର୍ଡରେ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧ ନମ୍ବର ୱାର୍ଡ
କାଉନସିଲର ଗିରିଧାରୀ ସାହୁ , ୭ ନମ୍ବର ୱାର୍ଡ କାଉନସିଲର ନରେନ୍ଦ୍ର ବେହେରା , ୧୪ ନମ୍ବର ୱାର୍ଡ କାଉନସିଲର କଳ୍ପନା ବେହେରା ଓ ୧୫ ନମ୍ବର ୱାର୍ଡ କାଉନସିଲର ରୀନା ନାୟକ ଙ୍କ ସମେତ ଜିଲ୍ଲା ସଂପାଦକ ଅଜୟ କୁମାର ସେଠୀ , ଜିଲ୍ଲା ଯୁବ ବିଜେଡି ଯୁଗ୍ମ ସଂପାଦକ ବିଶ୍ୱଜିତ ବାରିକ , କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ବିନୋଦ ବେହେରା , ରାକେଶ ପୃଷ୍ଟି , ଦିବାକର ବେହେରା ,ଜୟଗୁରୁ ପାତ୍ର , ଦେବେନ୍ଦ୍ର ସାହୁ , ଅଚ୍ୟୁତ ମଲିକ ,ଶ୍ରୀକାନ୍ତ ସାହୁ , ସୁଶାନ୍ତ କୁମାର ବେହେରା , ସନ୍ତୋଷ ବେହେରା (ମୁଣ୍ଡୁ) ଗୌରାଙ୍ଗ ବେହେରା , ଶିବରାମ ବେହେରା ,ସତ୍ୟାନନ୍ଦ ପୃଷ୍ଟି , ଝରଣା ପୋଥାଳ , ସୁଷମା ସାହୁ , ଜଲି ସାହୁ , ଲିଲି ସାହୁ , ସତ୍ୟଭାମା ନାୟକ , ଚାରୁଲତା ମହାନ୍ତି , ମାତାଜୀ ବେହେରା , ମାନି ସାହୁ , ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ କର୍ମୀ ଗୋଡି ପୋଖରୀ ଛକ ନିକଟରୁ ଜନସଂପର୍କ ପଦଯାତ୍ରାରେ ବାହାରି ୭, ୧୪ ଓ ୧୫ ନମ୍ବର ୱାର୍ଡ ପରିକ୍ରମା କରି ଏହି ୱାର୍ଡ ମାନଙ୍କରେ ନିର୍ମାଣ ଶେଷ ହୋଇଥିବା ଓ ଆଗକୁ ହେବାକୁ ଥିବା ବିଭିନ୍ନ ଜନହିତକର କାର୍ଯ୍ୟ ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।