ନିମ୍ନମାନର ଖାଦ୍ୟ ପ୍ରସ୍ତୁତି ଏବଂ ବିକ୍ରୟ ଉପରେ କଡ଼ା ନଜର ରଖିଛି ଖାଦ୍ୟ ଓ ନିରାପତ୍ତା ବିଭାଗ !

ଢେଙ୍କାନାଳରେ : ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିବାବେଳେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତି ଏବଂ ବିକ୍ରୟ ଉପରେ କଡ଼ା ନଜର ରଖିଛି ଖାଦ୍ୟ ଓ ନିରାପତ୍ତା ବିଭାଗ।

ଏହି ପରିପେକ୍ଷୀରେ ମହିଷାପାଟ ବାଇପାସ, କଲେଜ ବାଇପାସ, କୁଞ୍ଜକାନ୍ତ ଅଞ୍ଚଳରପ୍ରାୟ ୨୫ ଛୋଟବଡ଼ ହୋଟେଲ, ଢାବା ଏବଂ
ରାସ୍ତା ପାର୍ଶ୍ୱ ଦୋକାନରେ ଖାଦ୍ୟରମାନ ଯାଞ୍ଚ କରାଯାଇଥିଲା। ୨୦ କେ.ଜି.ରୁ ଊର୍ଦ୍ଧ୍ବ ରଙ୍ଗ ବୋଳାଖାଦ୍ୟ ନଷ୍ଟ କରାଯାଇଥିବାବେଳେ
ଖାଦ୍ୟପ୍ରସ୍ତୁତିରେ ବ୍ୟବହୃତ ନିମ୍ନମାନର ସସ୍‌ ଓ ରଙ୍ଗ ଜବତ କରାଯାଇଛି।

ସମ୍ପୃକ୍ତ ଦୋକାନୀଙ୍କୁ ତାଗିଦ କରାଯାଇଛି । ଆଗକୁ ଚଢ଼ାଉ
ଜୋରଦାର୍‌ ହେବ।ସାମାନ୍ୟ ଅନିୟମିତତା ଦେଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସୂଚନା ଦିଅଯାଇଛି ।

Leave A Reply

Your email address will not be published.

5 × 3 =