ଢେଙ୍କାନାଳ : ଭାରତର ସର୍ବକନିଷ୍ଠ ସହିଦ୍ ବାଜି ରାଉତଙ୍କ ଜନ୍ମ ତିଥି ଠାରୁ ଆରମ୍ଭ ହୋଇଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧ ସପ୍ତାହ ଆଜି ପୁନ୍ଯତିଥି ଅବସରରେ ଉଦ୍ଯାପିତ ହୋଇଯାଇଛି।
ବାଜିଚୌକ ସ୍ଥିତ ସହିଦଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ସହରର ବାଜିଚୌକ ଠାରୁ ବିଭିନ୍ନ ସ୍ଲୋଗାନ ଦେଇ ଦିଲ୍ଲୀରେ ଆପ୍ର ଲୋକାଭିମୁଖୀ ଯୋଜନା ଗୁଡିକ ଲିପିବଦ୍ଧ କରି ବଣ୍ଟନ କରିଥିଲେ। ଏହି ଅବସରରେ ଜିଲ୍ଲା ସଭାପତି ପଙ୍କଜ ନାୟକ, ଉପସଭାପତି ରମେଶ ପଣ୍ଡା, ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତି, ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା, ଯୁବ ଉପସଭାପତି ବିଭୁତି ପ୍ରଧାନ, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ବାଳ, ଇଂ. ପିତାମ୍ବର ଦାସ, ବିଜୟ ନାଏକ, ବୈଷୟିକ ଛାତ୍ର ନେତା ଶୁଭମ ପତି, ବିକ୍ରମ ରାଉତ, ବିଭୁ ରଞ୍ଜନ ସାହୁ ଏବଂ ସମ୍ମାନିତ ଅତିଥି ରୂପେ ଡା. ନୀରୋଜ କୁମାର ଶତପଥୀ ଯୋଗଦେଇ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ପଥପ୍ରାନ୍ତ ସଭାରେ ସହିଦଙ୍କ ସ୍ମୃତି ଚାରଣ କରିବା ସହିତ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢେ଼ଇ କରିବା ପାଇଁ ଜିଲ୍ଲା ବାସୀଙ୍କୁ ଆହ୍ବାନ ଦେଇଥିଲେ। ତାଛଡା ସହର ପରିକ୍ରମା ସମୟରେ ଡ. ବାବା ସାହେବ ଆମ୍ବେଦକର, ଜାତିର ପିତା ମହାତ୍ମା ଗାନ୍ଧୀ ତଥା ଦେଶ ପାଇଁ ସହିଦ ହୋଇଥିବା ସହିଦ ସ୍ମୃତି ସ୍ତମ୍ଭ ଠାରେ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ବିଭିନ୍ନ ନାରା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଜୟ ସାହୁ, ଜନରଞ୍ଜନ ରାଉତ, ସନାତନ ନାଏକ, ମାନସୀ ନାଏକ, ପଦ୍ମନାଭ ନାଏକ, ମଳୟ ଦେହୁରୀ, ନୀରାକାର ରାଉତ, ବ୍ରହ୍ମାନନ୍ଦ ନାୟକ, ଅନିଲ ସାମଲ, ଚୈତନ୍ୟ ମହାରଣା, ମନୋଜ ଦେହୁରୀ, କୋଦଣ୍ଡ ମଲ୍ଲିକ, ଧର୍ମାନନ୍ଦ ସାମଲ, ସୟଦ ଇସ୍ତିୟାକ ଅଲ୍ଲୀ, ପୀତବାସ ବେହେରାଙ୍କ ସହ ବହୁ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।