ଢ଼େଙ୍କାନାଳ : ଅନ୍ତର୍ଜାତୀୟ ଫୁଟବଲ୍ ମହାସଂଘ (ଫିଫା) ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ଷ୍ଟାଡିୟମ ପରିସରରେ ଠାରୁ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟ୍ବଲ ଟୁର୍ନାମେଣ୍ଟ। ଉଦଘାଟନୀ ମ୍ୟାଚରେ ୪ଟି ଦଳ ଭାଗନେଇଥିଲେ। ପ୍ରଥମ ମ୍ୟାଚରେ ଭୁବନ ୨-୦ ଗୋଲରେ୍ ଗଁଦିଆକୁ, ଦ୍ୱିତୀୟ ମ୍ୟାଚରେ୍ କାମାକ୍ଷାନଗର ୩-୦ ଗୋଲରେ୍ ହିନ୍ଦୋଳ କୁ ଏବଂ ତୃତୀୟ ମ୍ୟାଚରେ ଭୁବନ ୬-୦ ଗୋଲରେ୍ ହିନ୍ଦୋଳ କୁ ପରାସ୍ତ କରିଛି।
ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଅଧ୍ୟକ୍ଷତାରେ ସାସଂଦ ମହେଶ ସାହୁ ଏହାକୁ ଉଦଘାଟନ କରି ଶୃଙ୍ଖଳିତ ଓ ସାମୂହିକ ଭାବେ କ୍ରୀଡ଼ାକୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସରୋଜ
କୁମାର ସେଠୀ, ଜିଲ୍ଲା ପରଷଦି ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ନଳିନୀ କୁମାର ଦାସ, ଅତିରିକ୍ତ ଶିକ୍ଷା ଅଧିକାରୀ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତିପ୍ରକାଶ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିପିନ ବିହାରୀ ସାହୁ ମଞ୍ଚ ପରିଚାଳନା କରିଥିଲେ।