ଢ଼େଙ୍କାନାଳ : ପରଜଙ୍ଗ ଥାନା ଦଶୀପୁର ଗ୍ରାମରେ ସରକାରୀ ଜମିକୁ ନେଇ ସାଧାରଣ ବର୍ଗ ଓ ଅନୁସୂଚିତ ଜାତି ର ବର୍ଗ ଭିତରେ ବୋମା ସହିତ ଠେଲା ପଥର ମାଡରେ ଜଣେ ଆହାତ ।
ସୂଚନା ମୁତାବକ ଏକ ସରକାରୀ ଜମି ଉପରେ ଆଜିକୁ ପ୍ରାୟ କିଛି ବର୍ଷ ହେବ ଦଶୀପୁର ଗ୍ରାମର ଗଦାଧର ସ୍ୱାଇଁ ଘର କରି ରହି ଆସୁଛନ୍ତି । ସକାଳୁ ଘର ର ଚାରି ପାଖରେ ଥିବା ଗଛରେ ତାର ବାଡା ଦେଉଥିଲେ । ସେହି ତାରବାଡ କୁ ବିରୋଧ କରି ନାଏକ ସାହିର କିଛି ପରିବାର ଲୋକେ ଆସି ବିରୋଧ କରିଥିଲେ । ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଭୟଙ୍କର ରୂପ ନେଇଥିଲା । ଗଣ୍ଡଗୋଳ ଭିତରେ କୈଣସି ଏକ ଜୈନିକ ବ୍ୟକ୍ତି ବୋମାମାଡ କରିଥିବା ବେଳେ କତୁ ନାଏକଙ୍କ ଉପରେ ପଡିବାରୁ ସେ ଆହାତ ହୋଇଛି ।
ଖବରପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳ କୁ ନିଜ ଆୟତକୁ ନେଇଥିଲେ । ବର୍ତମାନ ପରିସ୍ଥିତି ସ୍ବାଭାବିକ ଅଛି । ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ବୋମା ବିସ୍ଫୋରଣୋ ଓ ଘଟଣାକୁ ନେଇ ତଦନ୍ତ ଜାରି ରହିଛି ବୋଲି ପରଜଙ୍ଗ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।