ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ସରୋଜ କୁମାର ସେଠୀ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିଥିଲେ। ପଞ୍ଜୀକୃତ ହୋଇଥିବା ମୋଟ ୮୨ ଅଭିଯୋଗ ମଧ୍ୟରୁ ୭୪ ବ୍ୟକ୍ତିଗତ , ୫ ଗ୍ରାମ ସମସ୍ୟା, ଗୋଟିଏ ମୁଖ୍ୟମନ୍ତ୍ରୀ ପାଣ୍ଠି ଏବଂ ୨ଟିରେଡକ୍ରସ୍ ପାଣ୍ଠିରୁ ସହାୟତା ଲାଗି ଆବେଦନ ରହିଥିଲା। ୬୮ ଅଭିଯୋଗର ତ୍ୱରିତ ସମାଧାନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ, ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତିଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।