ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ’ ପକ୍ଷରୁ ଆୟୋଜିତ କୁମାରୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଜ୍ୟପାଳ !

ଢେଙ୍କାନାଳର : ସାଂସ୍କୃତିକ ଅନୁଷ୍ଠାନ ‘ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ’ ପକ୍ଷରୁ ସ୍ଥାନୀୟ ମିନିଷ୍ଟାଡିୟମରେ ଚାଲିଥିବା ୩୭ତମ କୁମାରୋତ୍ସବର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ ରାଜ୍ୟପାଳ ଗଣେଶୀ ଲାଲ୍‌ ।

ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜା ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂଦେଓଙ୍କୁ ରାଜ୍ୟପାଳ ‘ଢେଙ୍କାନାଳ ଗୌରବ’ ସମ୍ମାନରେ ସମ୍ମାନିତ କରିଥିଲେ। ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ବପ୍ନାରାଣୀ ସିହ୍ନାଙ୍କୁ ‘ ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ-୨୦୨୧’, ଶାସ୍ତ୍ରୀୟ କଣ୍ଠଶିଳ୍ପୀ ପଣ୍ଡିତ ଚିତ୍ତରଞ୍ଜନ ପାଣିଙ୍କୁ ‘ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ-୨୦୨୨’ରେ ସମ୍ମାନିତ କରାଯାଇଥଲା। ଏଥିସହ ଓଡ଼ିଶୀ ନୃତ୍ୟଶିଳ୍ପୀ ଅନିତା ସିଂଦେଓ ଏବଂ ମୀରା ଦାସ ‘ଭରତମୁନିନୃତ୍ୟ ସମ୍ମାନ’ରେ ସମ୍ମାନିତ ହୋଇଥିଲେ।

ଅନୁଷ୍ଠାନର ଉପସଭାନେତ୍ରୀ ପ୍ରତିମା ସିହ୍ନା ମଞ୍ଚାସୀନ ଥିଲେ। ସମ୍ପାଦକ ଅଶୋକ ଦାଶ ବିବରଣୀ ପାଠ କରିଥିବାବେଳେ ସତ୍ୟନାରାୟଣ କର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ସଭାପତି କୃଷ୍ଣ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଶେଷରେ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.

eighteen + 11 =