ଢ଼େଙ୍କାନାଳ: ଧନଦାତ୍ରୀ, ଅନ୍ନପୂର୍ଣ୍ଣା ମା’ ଲକ୍ଷ୍ମୀ ଙ୍କ ଆବାହନ ପାଇଁ ସମଗ୍ର ଭୁବନ ଉତ୍ସବମୁଖର ହୋଇପଡିଛି । ଚଳିତବର୍ଷ ମଉଡମଣି ପୂଜା ପ୍ରତିଷ୍ଠାନ ବଡହାଟ , ଅରାସାହି, ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ ନୂଆବଜାର, ବଉଳଛକ, ଲତାବିଲ(ଟୋଲଙ୍କ
ବେରେଣୀ),ଗୋପାଳମଣ୍ଡପ,ଲକ୍ଷ୍ମୀଛକ,ବଣିଆସାହି,ବାଜିଛକ,ନୂଆଭୁବନ ପ୍ରଭୃତି ଅଂଚଳରେ ୨୦ ରୁ ଉର୍ଦ୍ଧ୍ୱ ପୂଜାମଣ୍ଡ ପରେ ପୌରାଣିକ କଥାବସ୍ତୁ ଆଧାରରେ ମୂର୍ତି ନିର୍ମାଣ ସମସ୍ତଙ୍କୁ ଆକୃଷ୍ଟ କରିଛି ।
ଦୀର୍ଘ ୨ ବର୍ଷ ସରକାରଙ୍କ କୋଭିଡ କଟକଣା ଯୋଗୁ ନିରାଡମ୍ବର ଭାବେ ପୂଜା କରାଯାଇଥିବା ବେଳେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ସୁଉଚ୍ଚତୋରଣ ଓ ରଙ୍ଗୀନ ଆଲୋକ ମାଳାରେ ସାଜସଜ୍ଜା ହୋଇଛି ଓ ଧୁମଧାମ ରେ ପୂଜା ଚାଲିଛି । ଅରାସାହି – ୧୯୫୨ ମସିହାରେ ସାହିଭାଇଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ୨୦୦୨ ମସିହା ସ୍ୱର୍ଣ୍ଣଜୟନ୍ତୀ ବର୍ଷଠାରୁ ସାହିଭାଇଙ୍କ ଚାନ୍ଦାରେ ପ୍ରତିବର୍ଷ ମା’ ଙ୍କ ବଡପୂଜାରେ ଆନନ୍ଦ ବଜାରରେ ସାମୁହିକ ପ୍ରସାଦସେବନ କାର୍ଯ୍ୟକ୍ରମ ଅରାସାହିର ଏକ ମହାନ ପରମ୍ପରା ତଥା ଭାଇଚାରାର ପ୍ରତୀକ ପାଲଟିଛି ।
ଚଳିତବର୍ଷ ୭୦ ତମ ବାର୍ଷିକ ପୂଜା ପାଳନ କରୁଛି ଅରାସାହି । ନୂଆବଜାର-୧୯୬୫ ମସିହାରେ ସ୍ୱର୍ଗତ ଗୌରୀ ଶଙ୍କର ଲାଲ୍ ଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ଚଳିତବର୍ଷ ୫୭ ବର୍ଷରେ ପଦାର୍ପଣ କରିଛି । ସୁଉଚ୍ଚ ତୋରଣ, ଲାଇଟଗେଟ ଓ ରଙ୍ଗିନ ଆଲୋକମାଳାରେ ସଂଧ୍ୟା ସମୟରେ ନୂଆବଜାର ଅମରାବତୀର
ଭ୍ରମ ସୃଷ୍ଟି କରୁଛି । ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଓ ସଂପାଦକ ଭବାନୀ ଶଙ୍କର ବେହେରା ଙ୍କ ନେତୃତ୍ୱ ଓ ବଣିକସଂଘ କର୍ମକର୍ତା ଙ୍କ ସହଯୋଗରେ ପୂଜା ଅନୁଷ୍ଠିତ ହେଉଛି । ଆସନ୍ତା ୧୪ ଓ ୧୫ ତାରିଖ ଦୁଇ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଗୀତ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବଡହାଟ- ଦେଶ ସ୍ୱାଧିନତା ୧୧ ବର୍ଷ ପୂର୍ବରୁ ଅର୍ଥାତ ୧୯୩୬ ମସିହାରେ ବଡହାଟ ଠାରେ
ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିବାରୁ ଏହା ମଉଡମଣି ପୂଜା ପ୍ରତିଷ୍ଠାନର ମାନ୍ୟତା ପାଇଛି । ଚଳିତ ବର୍ଷ ୮୭ ତମ ବାର୍ଷିକ ପୂଜା ପାଳନ ହେଉଛଟୋଲଙ୍କ ବେରେଣୀ (ଲତାବିଲ)- ୧୯୯୫ ମସିହାରେ ସାହି ବାସିନ୍ଦା ଙ୍କ ସହଯୋଗରେ ଟୋଲଙ୍କବେରେଣୀ ରେ ପ୍ରଥମେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଥିଲା । ଚଳିତବର୍ଷ ୨୮ ତମ
ବାର୍ଷିକ ପୂଜା ଅନୁଷ୍ଠିତ ହେଉଛି । ଲତାବିଲ (ବଉଳଛକ)-୧୯୯୭ ମସିହାରେ ଲତାବିଲ ବଉଳଛକରେ ସାହି ବାସିନ୍ଦା ଙ୍କ ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଲକ୍ଷ୍ମୀପୂଜା ଚଳିତ ବର୍ଷ ୨୬ ବର୍ଷରେ ପଦାର୍ପଣ କରିଛି । ଅରବିନ୍ଦ ମାର୍ଗ – ନୂଆବଜାର (ବସଷ୍ଟାଣ୍ଡ ) ଠାରୁ ଅରବିନ୍ଦ ସ୍କୁଲ ମାର୍ଗରେ ଚଳିତ ବର୍ଷ ପ୍ରଥମ
ଥର ପାଇଁ ସ୍ଥାନୀୟ ବାସିନ୍ଦା ଙ୍କ ସହଯୋଗରେ ଧୁମଧାମ ରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି ା ଅନୁରୂପ ଭାବେ କଂସାରୀ ସାହି , ଗୋପାଳ ମଣ୍ଡପ ,ଲକ୍ଷ୍ମୀଛକ ପ୍ରଭୃତି ସ୍ଥାନରେ ମା’ ଲକ୍ଷ୍ମୀ ଙ୍କ ପୂଜା ହେଉଛି ।
ଆସନ୍ତା ୧୩ ତାରିଖ ପ୍ରତ୍ୟେକ ପୂଜା ପ୍ରତିଷ୍ଠାନରେ ମା’ ଲକ୍ଷ୍ମୀ ଙ୍କ ବଡ ପୂଜା ଓ ସାମୁହିକ ପ୍ରସାଦସେବନ ବ୍ୟବସ୍ଥା ରହିଛି । ୧୬ ତାରିଖ ରବିବାର ଠାରୁ ପର୍ଯ୍ୟାୟ କ୍ରମେ ଭସାଣି ଉତ୍ସବ
ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।