ଢ଼େଙ୍କାନାଳ : ଭୁବନ ବାଜିରାଉତ ସ୍ମୃତି ପରିଷଦ ଦ୍ବାରା ଆୟୋଜିତ ସହୀଦ ବୀର ବାଜିରାଉତଙ୍କ ଶ୍ରାଦ୍ଧୋତ୍ସବ ରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ଯ ଅତିଥି ରୁପେ ଯୋଗ ଦେଇ ସହୀଦ ସ୍ମୃତିସ୍ତମ୍ଭ ଓ ସହୀଦଙ୍କ ପ୍ରତିକୃତି ଉପରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହିତ ନିଜର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।
ବ୍ରାହ୍ମଣୀ ନଦୀକୂଳରେ ସମସ୍ତ ଅତିଥି ସହୀଦ ବୀର ବାଜିରାଉତଙ୍କ ପ୍ରତି ଶ୍ରାଦ୍ଧ ଜଣାଇବା ଲାଗି ତିଳତର୍ପଣ କରିଥିଲେ । ଘଣ୍ଟବାଦ୍ୟ ,ହୁଳହୁଳୀ ଓ ସଙ୍କୀର୍ତ୍ତନ ରେ ବ୍ରାହ୍ଣଣୀ ନଦୀର କୂଳ ପ୍ରକମ୍ପିତ ହୋଇଥିଲା । ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, କାମାକ୍ଷାନଗର ଏନଏସି ନଗରପାଳ ଧର୍ମାନନ୍ଦ ପରିଡ଼ା,ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ ସାହୁ, ଭୁବନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଗଁଦିଆ ବ୍ଳକ ଅଧ୍ୟକ୍ଷା ରୀନାରାଣି ଖଟୁଆ , ମହୁଲପାଳ ସରପଞ୍ଚ ଲିପ୍ସା ରାଉତ, ବିଡିଓ ଡ.କଲ୍ୟାଣ ସୌରଭ ଦାଶ , ତହସିଲଦାର ରୋଜାଲିନ ବେହେରା ସମେତ ଢେଙ୍କାନାଳ ଜିଲ୍ଲା ତଥା ଭୁବନ ଅଞ୍ଚଳର ବହୁ ବରିଷ୍ଠ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ସଭା ପରିଚାଳନା କରିଥିଲେ ବାଜିରାଉତ ସ୍ମୃତି ପରିଷଦ ସଭାପତି କୃଷ୍ଣଚନ୍ଦ୍ର ଆଏଚ ।