ପ୍ରଥମ ପ୍ରଚେଷ୍ଟାରେ କୃତକାର୍ଯ୍ୟ ଶ୍ୱେତପତ୍ରା !

ଢ଼େଙ୍କାନାଳ: ଓଡ଼ିଶା ସିଭିଲ୍‌ ସର୍ଭିସ୍‌- ୨୦୨୦ (ଓସିଏସ ) ପରୀକ୍ଷା ଫଳ ପ୍ରକାଶ ପାଇଛି। ଢେଙ୍କାନାଳ ସହର ଜୁବୁଲି ଟାଉନ୍‌ କଣ୍ଟାନାଳି ବାଇପାସ୍‌ ଅଞ୍ଚଳର ଶ୍ୱେତପତ୍ରା ବିଶ୍ୱାଳ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ସେ ୧୩୨ ରିୟାଙ୍କ୍‌ ହାସଲ କରିଛନ୍ତି ।

ଶ୍ୱେତପତ୍ରା ନିଜ ପ୍ରତିକ୍ରିୟାରେ କୁହନ୍ତି, ଓସିଏସ୍‌ ପରୀକ୍ଷା ପାଇଁ ସେ ପ୍ରସ୍ତୁତି କରୁଥିଲେ ମଧ୍ୟ ସଫଳତା ପାଇବେ ବୋଲି ଭାବି ନ ଥିଲେ। ପ୍ରଥମ ପ୍ରଚେଷ୍ଟାରେ କୃତକାର୍ଯ୍ୟ ହେବା ପରେ ଖୁସିଲାଗୁଛି। ଏବେ ୟୁପିଏସ୍‌ପିପାଇଁ ସେ ପ୍ରସ୍ତୁତି ଜାରିରଖିଛନ୍ତି। ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବା ସହ ତୃଣମୂଳସ୍ତରେ ରହୁଥିବା ଲୋକଙ୍କୁ ମୁଖ୍ଯସ୍ରୋତରେ ସାମିଲ କରିବା ଦିଗରେ କାର୍ଯ୍ୟ କରିବେ ବୋଲିସେ କହିଛନ୍ତି ।

ଶ୍ବେତପତ୍ରା ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଚକାନ୍ତି ବିଶ୍ୱାଳ ଏବଂ ଗୋବିନ୍ଦପ୍ରସାଦ ହାଇସ୍କଲରୁ ସହକାରୀ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସ୍ୱାଇଁଙ୍କ ବଡ଼ ଝିଅ। ସେ ଢେଙ୍କାନାଳ ମଣ୍ଟଫୋର୍ଟ ବିଦ୍ୟାଳୟରୁ ଦଶମ ଶ୍ରେଣୀ, ଭୁବନେଶ୍ୱର ବିଜେବି ଜୁନିୟର କଲେଜର ଯୁକ୍ତ୨ ପାସ୍‌ କରିବା ପରେ ଓୟୁଏଟି ରେ ୟୁଜିଓ ପିଜି
କରିଛନ୍ତି ।ତାଙ୍କ ସାନଭଉଣୀ ଓସାନ ଭାଇ ବ୍ୟାଙ୍କ ଅଧିକାରୀ। ଶ୍ବେତପତ୍ରା ନିଜର ସଫଳତାର ଶ୍ରେୟ ମହାପ୍ରଭୁଜଗନ୍ନାଥ, ଗୁରୁ, ପିତାମାତା, ଅଜା ତ୍ରିଲୋଚନ ସ୍ୱାଇଁ ଓ ଗାଇଡ୍‌ କରିଥିବା ଓୟୁଏଟିର ପ୍ରଫେସର ଡ. ସୁମନ୍ତ କୁମାର ମିଶ୍ର, କ୍ୟାପଟେନ୍‌ ସୁଧୀର ବିହାରୀ ପାତ୍ରଙ୍କୁ ଦେଇଛନ୍ତି ।

Leave A Reply

Your email address will not be published.

14 − 5 =