ଗଣପର୍ବ ଲକ୍ଷ୍ମୀପୂଜାରେ ପାର୍କିଂ ଏବଂ ଟ୍ରାଫିକ୍‌ ପରିଚାଳନା ନେଇ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ : ଗଣପର୍ବ ଲକ୍ଷ୍ମୀପୂଜାରେ ବ୍ୟାପକ ଜନସମାଗମ ହେବ। ପାର୍କିଂ ଏବଂ ଟ୍ରାଫିକ୍‌ ପରିଚାଳନା ପୋଲିସ ପ୍ରଶାସନ ପାଇଁ
ପ୍ରମୁଖ ଚ୍ୟାଲେଞ୍ଜ ପାଲଟିବ। ଏହାକୁ ସୁବ୍ୟବସ୍ଥିତ କରିବା ଲାଗି ଗୁରୁତ୍ୱାରୋପ କରିଛନ୍ତି ଏସ୍‌ପି ଲୋଗାନୟାଗୀ ଦିବ୍ୟା
ଭି.। ଏ ନେଇ ସ୍ଥାନୀୟ ପୁରୁଣା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅଧ୍ୟକ୍ଷତା କରି ଏସ୍‌ପି କହିଲେ , ଲକ୍ଷ୍ମୀପୂଜାରେ ଭିଡ଼ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଜନସାଧାରଣଙ୍କ ଯାତାୟାତ ସୁବିଧା ଲାଗିବ୍ୟବସ୍ଥା କରାଯିବ। ମହିଷାପାଟ ଛକ, କାଲଟାକ୍ସ , କଲେଜ ବାଇପାସ, ଦକ୍ଷିଣକାଳୀ ରୋଡ୍‌ ନିକଟବର୍ତୀ ସ୍ଥାନ, ଉପଜିଲାପାଳଙ୍କ କାର୍ଯ୍ୟାଳୟ ପାଖ ଏବଂ ବଳରାମ ମନ୍ଦିର ନିକଟରେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ଗୋଇନ୍ଦା ଡିଏସ୍‌ପି ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।

ଅସମ୍ଭାଳ ଭିଡ଼ ହେବାର ସମ୍ଭାବନା ଥିବାରୁଅଧିକ ପାର୍କିଂ ସ୍ଥଳକରିବା ଲାଗିପୂଜା ପ୍ରତିଷ୍ଠାନର ସଦସ୍ୟ ପ୍ରସ୍ତାବ ଦେଇଛନ୍ତି। ତଦନୁଯାୟୀ ପାର୍କିଂ ସ୍ଥାନ ନିରୂପଣ କରିବା ଲାଗି ପୌର ନିର୍ବାହୀ ଅଧିକାରୀ , ପୋଲିସ ଅଧିକାରୀ , ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଛି। ୨ଚକିଆ ଯାନପାଇଁ ୨୦ଟଙ୍କା ଓ ୪ଚକିଆ ଯାନ ପାଇଁ ୪୦ଟଙ୍କା ପାର୍କିଂ ଫି’ ଧାର୍ଯ୍ୟ କରାଯାଇଛି। ପାର୍କିଂ ଷ୍ଟାଣ୍ଡରେ୍‌ ପ୍ରବେଶ ଓ ପ୍ରସ୍ଥାନ ପାଇଁ ପୃଥକ୍‌ ରାସ୍ତା ସହିତ ଆଲୋକ ବ୍ୟବସ୍ଥା କରାଯିବ। ଏଥିରେ ପୂଜାମଣ୍ଡପ ସହଯୋଗ କରିବାକୁ
ନିବେଦନ କରାଯାଇଛି।

ଅପରାହ୍ନ ୪ଟାରୁ ରାତି୧୨ଟା ଯାଏ ଅନୁମତିଓ ପାସ୍‌ ନ ଥିବା ଯାନବାହନକୁ ବଜାର ରାସ୍ତାରେ ଯିବାକୁ ଅନୁମତି ଦିଆଯିବ ନାହିଁ। ଗହଳି ଏଡ଼ାଇବାକୁ ୯ରୁ ୧୯ ତାରିଖ ଯାଏ ସହର ଭିତରକୁ କୌଣସି ଯାତ୍ରୀବାହୀ ବସ୍‌ ଆସିବ ନାହିଁ ବୋଲି ବସ୍‌ ମାଲିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଯାତ୍ରୀମାନେ ଧାର୍ଯ୍ୟଭଡ଼ା ଦେଇ ଅଟୋରିକ୍ସାରେ ଆସିପାରିବେ। ଦୁର୍ଘଟଣା ରୋକିବା ଏବଂ ଅବାଧ ଯାତାୟାତ ଲାଗି ସହର ମଧ୍ୟରୁ ସମସ୍ତ ବୁଲା ଗୋରୁ, ଷଣ୍ଢ ସ୍ଥାନାନ୍ତର ହେବେ। ଏଥିଲାଗି ପୌରପାଳିକାକୁ ନିର୍ଦେଶ ଦିଆଯାଇଛି।

ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଢେଙ୍କାନାଳ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ସଦର ବିଡିଓ ସୁଧୀର କୁମାର ନାୟକ, ପୌର ନିର୍ବାହୀ ଅଧିକାରୀ ଅତନୁକୁମାର ସାମନ୍ତ, ମିଳିତବଜାର ପୂଜା କମିଟି ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଶାନ୍ତି କମିଟି ସଭାପତି ସୁଧାଂଶୁ କୁମାର ଦଳେଇଙ୍କ ସମେତ ସମସ୍ତ ପୂଜା ପ୍ରତିଷ୍ଠାନର ସଭାପତି, ସମ୍ପାଦକ ଏବଂ କର୍ମକର୍ତ୍ତା ଆଲୋଚନାରେ ଭାଗ ନେଇଥିଲେ।

Leave A Reply

Your email address will not be published.

five × three =