ଢେଙ୍କାନାଳ : ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ଠାରେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି ।
ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ସମାଜ ଆଗାମୀ ଦିନର କର୍ଣ୍ଣଧାର । ଦେଶର ବିକାଶ ଦିଗରେ ଯୁବ ସମାଜର ଭୂମିକା ରହିଛି ବୋଲି କହିଥିଲେ ।
ଯୁବ ସମାଜ ଜାଗ୍ରତ ହେଲେ ଦେଶର ଉନ୍ନତି ସମ୍ଭବପର ହେବ ବୋଲି ସେ କହିଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନେହେରୁ ଯୁବ କେନ୍ଦ୍ରର ଏହି କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି କହିବା ସହ ଯୁବ ସମାଜ ଆଗେଇ ଆସିଲେ ଜିଲ୍ଲାର ଉନ୍ନତି ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍ ଡ. ଭବାନୀ ଶଙ୍କର ମିଶ୍ର, ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ଦେବରାଜ ପରିଡା, ବରିଷ୍ଠ ଆଇନ୍ଜୀବୀ ଦିପ୍ତିଶ ପ୍ରସାଦ ପଟ୍ଟନାୟକ, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଯୁବ ସମାଜର ଭୂମିକା ସଂପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱେଚ୍ଛାସେବୀ ଅନୁଷ୍ଠାନର “ଶୋଭା’ର ସଂପାଦକ ଉଦୟେନ୍ଦୁ ମିଶ୍ର, ବିକାଶ ରଥ, ଯୁବ ସମାଜସେବୀ ବୀପ୍ରବର ବେହେରା, ପ୍ରକାଶ କୁମାର ପ୍ରଧାନ, ବିଭାରାଣୀ ପାତ୍ର, ସୌମ୍ୟାଶ୍ରୀ ମିଶ୍ର, ନିରାକାର ପ୍ରଧାନ, କାଳନ୍ଦୀ ଦେହୁରୀ, ନତୂନ ବେହେରା, ପ୍ରହଲ୍ଲାଦ ପଟ୍ଟନାୟକ ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।
ସାନ୍ଧ୍ୟ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ହୃଦାନନ୍ଦ ଦ୍ୱିବେଦୀ, ସମାଜସେବୀ ରାମଚନ୍ଦ୍ର ପାତ୍ର, ବରିଷ୍ଠ ଆଇନ୍ଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ଉପ-ନିର୍ଦ୍ଦେଶକ ଅଶୋକ କୁମାର ଦାଶ ଅଧ୍ୟକ୍ଷତା କରିଥିବାବେଳେ ନେହେରୁ ଯୁବ କେନ୍ଦ୍ରର ବିତ୍ତ ଅଧିକାରୀ ଶଶାଙ୍କ ଶେଖର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଭୟ କୁମାର ସଂଯୋଜନା କରିଥିବାବେଳେ ଯୁବ ସମାଜସେବୀ ବୀପ୍ରବର ବେହେରା ପରିଚାଳନା କରିଥିଲେ ।