ହିନ୍ଦୋଳ ; ବଜ୍ରପାତରେ ପୋଡ଼ିଗଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର !

ଢେଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ଖଜୁରିଆକଟା ସେକ୍ସନ୍ ଅଧିନରେ ଥିବା ଖଲିବୋରେଇ ପଞ୍ଚାୟତର ଖଲିବୋରେଇ ଗ୍ରାମ ସେଠୀ ସାହି ରେ ବସିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ବଜ୍ରପାତରେ ପୋଡ଼ି ଯାଇଛି।

ଯାହା ଫଳରେ ୧ ମାସ ହେଲାଣି ଗ୍ରାମବାସୀ ବିଦ୍ୟୁତ୍ ସେବାରୁ ବଞ୍ଚିତ ହେଉଛନ୍ତି। ଗ୍ରାମରେ ବସବାସ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସବୁଠାରୁ ଦୁଃଖର କଥା କି ଟ୍ରାନ୍ସଫର୍ମର ପୋଡିଯିବା ଦ୍ଵାରା ପିଲାମାନଙ୍କର ପାଠପଢ଼ା ରେ ବ୍ୟାଘାତ ସୃଷ୍ଟି ହେଉଛି। ଗ୍ରାମବାସୀ ଏ ସଂପର୍କରେ ବିଦ୍ୟୁତ୍ ବିଭାଗର ଅଧିକାରୀ ଙ୍କୁ ଅବଗତ କରାଇ ନୂଆ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଯୋଗାଇ ଦେବାପାଇଁ ନିବେଦନ କରିଥିଲେ।

କିନ୍ତୁ ୧ ମାସ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ ଏପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ନକଲେ ଗ୍ରାମବାସୀ ଖଜୁରିଆକଟା ସେକ୍ସନ୍ ଅଫିସ୍ କୁ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.

5 × one =