ସ୍ବେଚ୍ଛାସେବୀ ଅନୁଷ୍ଠାନ “ଯୁବଶକ୍ତି” ପକ୍ଷରୁ ବୃକ୍ଷରୋପଣ !

ଢ଼େଙ୍କାନାଳ: ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ କୁଆଳୁ ଗ୍ରାମ ପଞ୍ଚାୟତର ପ୍ରାଚୀନ ମନ୍ଦିର ବାବା ଅଷ୍ଟସମ୍ଭୁ ମନ୍ଦିର ର ସୌନ୍ଦର୍ଯ୍ୟ କରଣ ପାଇଁ ମନ୍ଦିର ପାଚେରୀ ପାର୍ଶ୍ୱ ରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଆମ ପରିବେଶ ସବୁଜ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରାଚୀନ କାଳରୁ ବାବା ଅଷ୍ଟସମ୍ଭୁ ମନ୍ଦିରର କାରୁକାର୍ଯ୍ୟ ପଥର ରେ ହୋଇ ଅଛି ଆଜିର ଦିନରେ ମଧ୍ୟ କଳା ସଂକୃତି ଐତିହ୍ୟ ବଞ୍ଚି ରହିଅଛି । କଳା ସଂକୃତି କୁ ବଞ୍ଚେଇ ରଖିବା ପାଇଁ ସମସ୍ତଙ୍କର ସହଯୋଗ ଓ ସହାନୁଭୂତି ରହିବା ନିହାତି ଆବଶ୍ୟକ । ଏହା ଦ୍ୱାରା ମନ୍ଦିର ମାଳିନୀ ପରିବେଶ ସବୁଜ ସୁନ୍ଦର ହେବା ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନଙ୍କୁ ମଧ୍ୟ ଆକୃଷ୍ଟ କରିବ। ମନ୍ଦିର ର ବିଶୁଦ୍ଧ ପାନୀୟ ଜଳ ଆକୁଆ ଗାର୍ଡ ଟି ଏକ ମାସ ହେବ ଖରାପ ହୋଇ ଯାଇ ଅଛି, ବଗିଚାରେ ଅନା ବନା ଘାସ ହୋଇ ଯାଇଅଛି, ପୁଖରୀ ରେ କୁଢ଼ କୁଢ଼ ଆଳିହା ସାଙ୍ଗକୁ ଅନା ବନା ଘାସ ରେ ପରିପୂର୍ଣ୍ଣ ହୋଇଅଛି । ଏଥି ନିମନ୍ତେ ଢେଙ୍କାନାଳ ଜିଲ୍ଲାର ଏ.ଏସ.ଆଇ ଅଧିକାରୀ ସୁଶାନ୍ତ ଗୁଚ୍ଛାୟତଙ୍କୁ ଅବଗତ କରାଇବା ସହ ସମସ୍ୟାର ସମାଧାନ କରିବା ପାଇଁ ନିବେଦନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ଜ୍ଞାନ ରଞ୍ଜନ ସାହୁ, ବିନୟ ଦାସ,ଦିଲ୍ଲୀପ ସାହୁ, ଗଣମାଧ୍ୟମ ପ୍ରତିନିଧି ନିର୍ମଳ ଗଡନାୟକ, ରୂପକ ରଞ୍ଜନ ସାହୁ, ସୁଜିତ ଦଳ ବେହେରା, ଭୀମସେନ ଖଟୁଆ, ଓ ମନ୍ଦିର ପୂଜକ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

20 − six =