ଢ଼େଙ୍କାନାଳ : ଢେଙ୍କାନାଳ ରୁ ଲେହ, ଲଦାଖ ବାଇକ ଯୋଗେ ୧୮ ଦିନରେ ୬ ହଜାର ୩୩୩ କିଲୋମିଟର ଦୀର୍ଘ ରାସ୍ତା ଏଭଳି ଦୁଃସାହସିକ ଯାତ୍ରା କରି ଚର୍ଚ୍ଚା କୁ ଆସିଛନ୍ତି ଢେଙ୍କାନାଳ ବାଇକର୍ସ କ୍ଲବର ସଂଯୋଜକ ମଳୟ ପଟ୍ଟନାୟକ।
ଏହି କଷ୍ଟକର ଯାତ୍ରା ସାରି ସୁରକ୍ଷିତ ଭାବେ ଢେଙ୍କାନାଳରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ। ଯାତ୍ରା ସର୍ମ୍ପକରେ ମଳୟ କୁହନ୍ତି, ଏହି ଦୁଃସାହସିକ ଯାତ୍ରା ଅପେକ୍ଷାକୃତ ଉଚ୍ଚ ସ୍ଥାନରେ ଅମ୍ଳଜାନ୍ନ କମ ଥିବାରୁ ଅସ୍ୱାଭାବିକ ଲାଗିଥିଲା। ଲେହ, ଲଦାଖର ଜଳବାୟୁ ସହିତ ଖାପ ଖୁଆଇବା କଷ୍ଟକର ବ୍ୟାପାର। ମନରେ ଅଦମ୍ୟ ସାହସ ନେଇ ଏହି ଯାତ୍ରା କରିଥିଲେ, ଯାହା ସଫଳ ହୋଇଛି।
ବିଭିନ୍ନ ସ୍ଥାନର ସଂସ୍କୃତି, ପରମ୍ପରା ସର୍ମ୍ପକରେ ବହୁ ନୂଆ କଥା ଜାଣିବାକୁ ମିଳିଲା। ଉକ୍ତ ଅଞ୍ଚଳକୁ ପୁନର୍ବାର ବାଇକରେ ଯିବା ପାଇଁ ବାଇକର୍ସ କ୍ଲବର ସଦସ୍ୟଙ୍କୁ ଉତ୍ସାହିତ କରିବେ ବୋଲି ମଳୟ କହିଛନ୍ତି ।