ରାଜ୍ୟ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା !

ଢେଙ୍କାନାଳ : ରାଜ୍ୟ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ତଥା ଢେଙ୍କାନାଳ ଜିଲ୍ଲା ନୋଡାଲ ଅଫିସର ନରୋତ୍ତମ ବେହେରା କାମାକ୍ଷାନଗର ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖଛନ୍ତି ।

ସେ ପ୍ରଥମେ ରାୟନୃସିଂହପୁର ପଞ୍ଚାୟତ ଗସ୍ତ କରି ପାଠାଗାର ଏବଂ ମହୁଚାଷ ଦେଖିଥିଲେ । କୁସୁମଯୋଡ଼ି ପଞ୍ଚାୟତର ମହୁଲି ଗ୍ରାମରେ ମହିଳା ଗୋଷ୍ଠୀ ଦ୍ୱାରା କରାଯାଇଥିବା ରଙ୍ଗିନ ମାଛଚାଷ ଦେଖି ଖୁସି ବ୍ୟକ୍ତ କରିଥିଲେ । ଅଁଳାବେରେଣୀ ଗାଁର ମହିଳା ଗୋଷ୍ଠୀ ସିଲେଇ କେନ୍ଦ୍ର ବୁଲି ଉତ୍ସାହିତ କରିଥଲେ ।

ସୋଗରସ୍ଥିତ ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ, ବୁଢ଼ୀବିଲି ପଞ୍ଚାୟତ କାର୍ଯ୍ୟାଳୟ , ପାର୍କ, ଭଏରପୁର ପାର୍କ, ବାଲିଗୋରଡ଼ ପଞ୍ଚାୟତର ନିର୍ମାଣାଧୀନ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଉନ୍ନୟନ
ମୂଳକ କାର୍ଯ୍ୟ ଅଗ୍ରଗତି କରିବାକୁ ପରାମର୍ଶ ଦେଇଛନ୍ତି । ଅତିରିକ୍ତ ସଚିବ ବ୍ଲକ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଥିଲେ ।

ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତନ୍ମୟ ଦରୱାନ , ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, ବିଡିଓ ବିକାଶ ମହାନ୍ତି, ସହକାରୀ ଯନ୍ତ୍ରୀ ରଞ୍ଜିତ ବେହେରା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ରାୟନୃସିଂହପୁର ସରପଂଚ ଶିଶିରକାନ୍ତ ବେହେରା, କୁସୁମଯୋଡ଼ି ସରପଞ୍ଚ ରାଧାନାଥ ନାୟକ, ମହୁଲପାଳ ସମିତିସଭ୍ୟ ସୁଶାନ୍ତ ପଟ୍ଟନାୟକ, ଯନ୍ତ୍ରୀ ମନୋଜ ଦାସ, ଶତ୍ରୁଘ୍ନ ଦଣ୍ଡପାଟଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 × five =