ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମ ପଞ୍ଚାୟତ ର ବୃନ୍ଦାବନପୁର ଗ୍ରାମ୍ୟ ଜଙ୍ଗଲରୁ ବାରହା ମାଂସ ଜବତ କରିଛି ବନବିଭାଗ ।
ସୂଚନା ମୁତାବକ ଶିକାରୀ ମାନେ ଜଙ୍ଗଲୀ ବାରହା କୁ ବମ ସାହାଯ୍ୟରେ ମାରି ତାର ମାଂସ କୁ ବିକ୍ରି କରିବାପାଇଁ କଟାକୁଟି କରୁଥିବା ସମୟ ରେ ଖବର ପାଇ ଚଢ଼ାଉ କରିଥିଲା ଷଡ଼ଙ୍ଗୀ ବନାଞ୍ଚଳ ରେ ରହୁଥିବା ହାତୀସ୍କୁଆଡ଼ ର କର୍ମଚାରୀ ଓ ଜଣେ ମହିଳା ଫରେଷ୍ଟଗାର୍ଡ ।
କର୍ମଚାରୀଙ୍କୁ ମାନଙ୍କୁ ଦେଖି ଘଟଣା ସ୍ଥଳରୁ ଜଙ୍ଗଲ ମଧ୍ୟକୁ ଶିକାରୀ ମାନେ ଦୌଡ଼ି ପଳାଇଯିବା ରେ ସଫଳ ହୋଇଥିବା ବେଳେ କର୍ମଚାରୀ ମାନେ ସେଠାରେ ପଡ଼ିଥିବା ବାରହା ର କଟାମୁଣ୍ଡ ମାଂସ ଗୋଡ଼ ଦାନ୍ତ ସମେତ ମାଂସ ହାଣିବା ପାଇଁ ବ୍ଯବହୃତ ଦୁଇଟି ଧାରୁଆ ଅସ୍ତ୍ର କୁ ଜବତ କରିଛି । ଜବତ ହୋଇଥିବା ମାଂସ କୁ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ ଉପସ୍ଥିତିରେ ଜବତ ହୋଇଥିବା ୫୭କେଜି ମାଂସ କୁ ପୋତା ଯାଇଥିଲା ।
ପ୍ରକାଶ ଥାଉକି ବନବିଭାଗୀୟ କର୍ମଚାରୀ ମାନେ ଷଡ଼ଙ୍ଗୀ କାର୍ଯ୍ୟଳୟ ରେ ଉପସ୍ଥିତ ରହୁ ନଥିଲା ବେଳେ ଶିକାରୀ ଓ କାଠ ଚୋର ବେପାରୀ ପଥର ମାଫିଆ ମାନେ ସକ୍ରିୟ ହେଉଥିବା ସାଧାରଣ ରେ ଚର୍ଚ୍ଚା ହେଉଛି ।