ଢେଙ୍କାନାଳ ସଚେତନ ନାଗରିକ ଫୋରମ ଦ୍ୱାରା ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ତିରୋଧାନ ଦିବସ ପାଳିତ !

ଢେଙ୍କାନାଳ: ସଚେତନ ନାଗରିକ ଫୋରମ୍ ଦ୍ୱାରା ଆୟୋଜିତ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ୬୫ତମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମରେ ଫୋରମର କାର୍ଯ୍ୟକାରୀ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳନ ହୋଇ ଯାଇଛି ।

ଏହି ଅବସରରେ ମାନ୍ୟବର ସାଂସଦ ମହେଶ ସାହୁ ବଳରାମ ମନ୍ଦିର ପାଖ ସାରଙ୍ଗଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ବଳିଷ୍ଠ ନେତୃତ୍ୱକୁ ମନେପକାଇ ଢେଙ୍କାନାଳର ପ୍ରଥମ ସାଂସଦ ଭାବେ ଭୁୟସୀ ପ୍ରଶଂସା କରିଥିଲେ । ସେହିପରି ଜିଲ୍ଲାପାଳ ସରୋଜ କୁମାର ସେଠୀ ମାଲ୍ୟାର୍ପଣ କରି କହିଥିଲେ ଯେ ସାରଙ୍ଗଧର ଦାସ ମେଧାବୀ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବାରୁ ବିଦେଶରେ ଅନେକ ବର୍ଷ ରହି ଚିନି କାରଖାନା ଉପରେ ଅଧ୍ୟୟନ କରି ଭାରତ ବର୍ଷରେ କାର୍ଯ୍ୟାନ୍ୱିତ କରିଥିଲେ । ଏବେ ମଧ୍ୟ ବମ୍ବେରେ ସାରଙ୍ଗଧର ଦାସଙ୍କ ନାମରେ ସୁଗାର ହାଉସ୍ ନାମିତ ଅଛି ।

ଡିସିସି ପ୍ଲେ ସ୍କୁଲର ସଭାପତି ତଥା ବରିଷ୍ଠ ଆଇନଜୀବି ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ସାରଙ୍ଗଧର ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆମ ପ୍ରତିଭା ଆମ ସମ୍ମାନର ସଭାପତି ପ୍ରିୟରଞ୍ଜନ ମହାନ୍ତଙ୍କ ସହିତ ଅନେକ କାର୍ଯ୍ୟକର୍ତ୍ତା ଏବଂ ଢେଙ୍କାନାଳ ସଚେତନ ନାଗରିକ ଫୋରମର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଫୋରମର ସମ୍ପାଦକ ଭରତ କୁମାର ଦାସ ଏବଂ ସହ ସମ୍ପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

four × one =