ଜିଲ୍ଲାର କୁକୁଡ଼ା ଚାଷୀମାନେ ସମସ୍ୟା ସର୍ମ୍ପକରେ ଜିଲାପାଳ ଙ୍କୁ ଭେଟି ଅବଗତ କରାଇଲେ !

ଢ଼େଙ୍କାନାଳ : ଜିଲ୍ଲାର କୁକୁଡ଼ା ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସର୍ମ୍ପକରେ ଜିଲାପାଳ ସରୋଜ କୁମାର ସେଠୀଙ୍କୁ ଭେଟି ଅବଗତ କରାଇଛନ୍ତି।

ଅନୁବନ୍ଧିତ କମ୍ପାନୀମାନେ ନିମ୍ନମାନର କୁକୁଡା ଚିଆଁ, ଦାନା ଓ ଔଷଧ ଦେଉଥିବାରୁ ଉତ୍ପାଦନ ହ୍ରାସ ପାଉଛି ଓ ଚାଷୀମାନେ କ୍ଷତିସହୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ କମ୍ପାନୀ ସହିତ ଆପୋସ ବୁଝାମଣା ମାଧ୍ୟମରେ
ଏହାର ସମାଧାନ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।

ଏଥିସହ ଉନ୍ନତମାନର କୁକୁଡା ଚିଆଁ, ଦାନା ଓ ଔଷଧ ଯୋଗାଇ ଦେବା ସହ ଯତ୍ନବାନ ହେବାକୁ ଜିଲ୍ଲାପାଳ ସମ୍ପୃକ୍ତ କମ୍ପାନୀକୁ
ନିର୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲାପାଳ, ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ , କମ୍ପାନୀ କତ୍ତୃପକ୍ଷୃ ଓ କୁକୁଡ଼ା ଚାଷୀସଂଘ କୁ ନେଇ ଏକ କମିଟିଗଠନ କରି ସମସ୍ୟାର ସମାଧାନ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରୱାନ, ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜକୁମାର ଦତ୍ତ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଡା. ଡମ୍ବରଧରୁ ସାମଲ, ଅତିରିକ୍ତ ଜିଲ୍ଲା
ଚିକିତ୍ସାଧିକାରୀ ଡା. ତୁଷାର ରଞ୍ଜନ ସାହୁ, ଡା. ଶ୍ରୀକାନ୍ତ କୁମାର ପରିଡା , କୁକୁଡା ଚାଷୀ ସଂଘ , ସୁଗୁନା ଫୁଡ୍ସ ଲିମିଟେଡ, ଆଇବି ଗ୍ରୁପ, ସାଲିମାର ଗ୍ରୁପ, ପଶୁପତି ଫିଡ୍ସ, ଇଷ୍ଟର୍ନ ଓ ପ୍ରିମିୟର ଚିକ୍ସ ର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

eighteen − 15 =