ଢ଼େଙ୍କାନାଳ : କପିଳାସ ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପୀଠରେ ଚରମ ବିଭ୍ରାଟ ଦେଖାଦେଇଛି। ପ୍ରାପ୍ୟ ବୃଦ୍ଧିଦାବିରେ ୩ ପୂଜାପଣ୍ଡା ଓ ୬
ସୂପକାର ଇସ୍ତଫା ଦେଇଦେବା ପରେ ଦୈନଦିନ ନୀତିବିଳମ୍ବିତ ହେବା ସହ ୮ ଘଣ୍ଟା ଧରି ଉପାସରେ ରହିଥିଲେ ଠାକୁର।
ଦେବୋତ୍ତର ବିଭାଗ ପକ୍ଷରୁ ବାହାର ସେବାୟତ ଅଣାଯାଇ ଅପରାହ୍ନ ପ୍ରାୟ ୨ଟାରେ ପ୍ରଥମ ନୀତିକାନ୍ତି ସରିବା ପରେ ସେବା ସ୍ୱାଭାବିକ ହୋଇଥିଲା। ଏହାପରେ ଠାକରଙ୍କୁ ନିକଟରେ ଭୋଗ
ହୋଇଥିଲା ପ୍ରଥମ ଭୋଗ।
ଏଭଳି ଅବ୍ୟବସ୍ଥା ଯୋଗୁ ଦର୍ଶନ ନିମନ୍ତେ ଆସିଥିବା ଶତାଧିକ ଶ୍ରଦ୍ଧାଳୁଙ୍କୁ ନିରାଶରେ ଫେରିବାକୁ ପଡ଼ିଥୀଲା। କପଳାସି ପୀଠରେ ନିୟୋଜିତ ପୂଜାପଣ୍ଡା ଓ ସୂପକାର ମାନଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ ଜଣକ ପିଛା ୬୪୦୦ ଟଙ୍କା ପାଉଣା ପ୍ରଦାନ କରାଯାଉଛି। ପୂର୍ବରୁ ସେମାନେ ୫,୪୦୦ ଟଙ୍କା ପାଉଥିଲେ। ତେବେ ଅଧିକ ପ୍ରାପ୍ୟ ବୃଦ୍ଧି କରିବାକୁ ଦାବି ପରେ ଗତ ମାର୍ଚ୍ଚରେ ୧୦୦୦ ଟଙ୍କା ଲେଖାଏ ବୃଦ୍ଧିକରାଯାଇଥିଲା। ତେବେ ଏହାକୁ ନେଇ ସେମାନେ ସନ୍ତୁଷ୍ଟ ହୋଇ ନ ଥିଲେ।
ପୁନର୍ବାର ପାଉଣା ବଢ଼ାଇବାକୁ ଦାବି କରିଥିଲେ। ଅପରାହ୍ନରେ ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲପାଳ, ଜିଲ୍ଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାବେଳେ ସେମାନେ ପ୍ରାପ୍ୟ ବଢ଼ାଇବା ଦାବି ଦୋହରାଇଥିଲେ। ଜିଲାପାଳଙ୍କ ବହୁ ବୁଝାଶୁଝା ପରେ ସେମାନେ ଜିଦ୍ରେ ଅଟଳ ରହିବାରୁ ସମାଧାନର ସୂତ୍ର ବାହାରିନ ଥିଲା। ଏହାପରେ ୩ ପୂଜାପଣ୍ଡା ଓ ୬ ସୁପକାର ଇସ୍ତଫା ଦେଇ ବୈଠକରୁ ଉଠିଚାଲି ଆସିଥିଲେ। ମହାପ୍ରଭୁଶ୍ରୀଚନ୍ଦ୍ରଶେଖରଙ୍କ ପ୍ରଥମ ନୀତିକାନ୍ତି ପୂର୍ବାହ୍ନ ୧୦ଟା ମଧ୍ୟରେ ଶେଷ ହେଉଥିବାବେଳେ ପୂଜାପଣ୍ଡା ଓ ସୂପକାର ପୂଜା ନ କରବାରୁ ଏଥିରେ ବିଭ୍ରାଟ ହୋଇଥଲା ।
ବାହାରୁ ପୂଜକ ଆଣି ଠାକରଙ୍କୁ ନୀତିକାନ୍ତି କରାଯାଇଛି
ବୋଲି ଦେବୋତ୍ତର ନିରୀକ୍ଷକ ସୂଚନା ଦେଇଛନ୍ତି। ଜିଲ୍ଲ ଦେବୋତ୍ତର ଅଧିକାରୀ ତଥା ଉପଜିଲ୍ଲପାଳ ସ୍ନିଗ୍ଧାରାଣୀ
ଧଳ କୁହନ୍ତି, ପ୍ରାପ୍ୟ ବଢାଇବା ପାଇଁ ସେମାନେ ବାରମ୍ବାର ଜିଦ୍ କରୁଛନ୍ତି । ତେବେ ଠାକୁରଙ୍କର ପୂଜାବିଧି ଅଟକିବ
ନାହିଁ। ଶ୍ରୀବଳରାମଙ୍କ ମନ୍ଦିରରୁପୂଜକ ନେଇ ଠାକରଙ୍କୁ ନୀତିକାନ୍ତି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।