ଢେଙ୍କାନାଳ : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଲୋକପ୍ରିୟ ଆଦ୍ରୁତ କରିବା ପାଇଁ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ବିଜ୍ଞାନ ଅଧିକାରୀ ଏମ୍. ଏମ୍. ରାଉତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ବିଜ୍ଞାନ କେନ୍ଦ୍ର ପରିଦର୍ଶନର ସୁବିଧା ପ୍ରଦାନ କରିଛନ୍ତି ।
ଏହି ଅବସରରେ ନାଗିଆପଶି ଉପ୍ରା ବିଦ୍ୟାଳୟର ଛାତ୍ରଛାତ୍ରୀ ବୁଧବାର ଦିନ ବିଜ୍ଞାନକେନ୍ଦ୍ର ପରିଦର୍ଶନ କରି ବହୁ ଶିକ୍ଷଣୀୟ ବିଜ୍ଞାନ ସାମଗ୍ରୀ ଅବଲୋକନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରଭାତୀ ବେହେରା ବିଜ୍ଞାନ ସଂରଜାମଗୁଡିକର କାର୍ଯ୍ୟକାରିତା ଓ ଏଥିରେ ନିହୀତ ବିଜ୍ଞାନତତ୍ୱ ଓ ସୂତ୍ର ସଂପର୍କରେ ପିଲାଙ୍କୁ ଅବଗତ କରାଇଥିଲେ ।
ବିଜ୍ଞାନ କେନ୍ଦ୍ରର କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ବିଜ୍ଞାନକେନ୍ଦ୍ର ବୁଲି ଆନନ୍ଦିତ ଓ ଉତ୍ସାହିତ ହୋଇଥିଲେ । ପ୍ରଧାନଶିକ୍ଷକ ଶ୍ରୀଧର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୧୦୦ଜଣ ଛାତ୍ରଛାତ୍ରୀ ଏହି ପରିଦର୍ଶନରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଦିଲ୍ଲୀପ କୁମାର ନାୟକ, କ୍ଷିରୋଦ ପଟ୍ଟନାୟକ, ଶିକ୍ଷୟିତ୍ରୀ ପ୍ରବୀଣା ସେଠୀ, ସୁଜାତା ବେହେରା ଓ କମିଟି ସଭାପତି ପ୍ରଦ୍ୟୁମ୍ନ ପରିଡା କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।