ଢେଙ୍କାନାଳ : ରାସୋଳ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରଦ୍ଧାଶକ୍ତି ସେବା ସଂସ୍ଥାନ (ଜନମଙ୍ଗଳ) ପକ୍ଷରୁ ଦୁଇଦିନିଆ କୂଅ ବିଶୋଧନ ଅଭିଯାନ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ରାସୋଳ,କୁନୁଆ ପଞ୍ଚାୟତର ୬୦ଟି ରୁ ଉର୍ଦ୍ଧ୍ବ ସର୍ବସାଧାରଣ କୂଅରେ ବ୍ଲିଚିଂ ପାଉଡର ପକାଇ ଜଳ ବିଶୋଧନ କରାଯାଇଛି। ଏଥିସହ ସ୍ୱଚ୍ଛ ପାନୀୟ ଜଳ ବ୍ୟବହାର ସମ୍ପର୍କିତ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରଚାର ପତ୍ର ବଣ୍ଟନ କରାଯାଇଛି।
ସଙ୍ଗଠନର ସଭାପତି ବିଭୁପ୍ରସାଦ ଶତପଥୀ, କୋଷାଧ୍ୟକ୍ଷ ଭରତ ମହାରଣା, ଉପଦେଷ୍ଟା ନିରଞ୍ଜନ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉପଦେଷ୍ଟା ଡାକ୍ତର ଦୟାନିଧି ପୃଷ୍ଟି, ସହ ସମ୍ପାଦିକା ପ୍ରଭାସିନୀ ସାହୁ, ସଂଯୋଜକ ନିରାକାର ବୈଦ୍ୟ, ସହ ସଂଯୋଜକ ସୁନୀଲ ପାତ୍ର, ବିଶ୍ୱଜିତ୍ ସାହୁ, ବିଭୂତି ବୈଦ୍ୟ , କରୁଣା ନିଧାନ, ସଞ୍ଜୀବ ମହାପାତ୍ର, ସୁଦାମ ସେଠୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ଆଗାମୀ ଦିନରେ ଏଭଳି ଜନମଙ୍ଗଳ କାର୍ଯ୍ୟ ଜାରିରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।