ଢେଙ୍କାନାଳ : ଉଫୁନା ପକ୍ଷରୁ ବିଶ୍ୱ ଗଣତନ୍ତ୍ର ଦିବସ ରଥଗଡାସ୍ଥିତ ଉଫୁନା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ରାଜ୍ୟ ସଂସ୍କୃତି ମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ପାତ୍ର ଆଭାଷି ମାଧ୍ୟମରେ ଏହାକୁ ଉଦ୍ଘାଟନ କରି କହିଲେ ଯେ, ଗାନ୍ଧିଜୀ ଦେଶରେ ଗଣତାନ୍ତ୍ରୀକ ଶାସନ ପ୍ରତିଷ୍ଠା କରିଥିଲେ । ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ କହିଲେ ଯେ, ଗଣତନ୍ତ୍ର ନରହିଲେ ଦେଶରେ ଏକଛତ୍ରବାଦୀ ଶାସନ ଚାଲିବ ଏବଂ ମାନିବକ ଅଧିକାର କ୍ଷୁର୍ଣ୍ଣ ହେବ ।
ଆଡଭୋକେଟ୍ ଶ୍ରୀ ପଟ୍ଟନାୟକ କହିଲେ ଯେ, ଗଣତନ୍ତ୍ର ମାନବର ମୌଳିକ ଅଧିକାର, ଗଣତନ୍ତ୍ର ନାମରେ ଯେଉଁ ବ୍ୟକ୍ତି ସ୍ୱାଧୀନତାକୁ ନଷ୍ଟ କରୁଛି ଏବଂ ଭୟର ବାତାବରଣ ଖେଳାଉଛି । ଗଣତନ୍ତ୍ର ମାନେ ହେଉଛି “ଲୋକଙ୍କର ଶାସନ, ଲୋକଙ୍କ ଦ୍ୱାରା ଶାସନ ଏବଂ ଲୋକଙ୍କ ପାଇଁ ଶାସନ” ବୋଲି ବକ୍ତାମାନେ ମତ ପ୍ରଦାନ କରିଥିଲେ । ଏଥିରେ ଡକ୍ଟର ପ୍ରମୋଦ କୁମାର ନାୟକ, ସ୍ୱାଗତ ଭାଷଣ ଦେଇଥିଲାବେଳେ ଓଡିଶା ସାହିତ୍ୟ ଏକାଡେମୀର ସଭ୍ୟ କବିବାହାଦୂର ପାଟ୍ଟସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।
“ଦେଶ କି ବାତ୍ “ ସଂଗଠନର ରାଜ୍ୟ ଆବାହକ ସରୋଜ କୁମାର ଶତପଥୀ, ଅବସରପ୍ରାପ୍ତ ଅଧ୍ୟକ୍ଷ ବିଶ୍ୱନାଥ ମହାପାତ୍ର, ପ୍ରଫେସର ସମୀର ସାହୁ, ଇଂ. ଅବିନାଶ ଦାସ, ଇଂ. ଡମ୍ବରୁଧର ପଣ୍ଡା, ପ୍ରଫେସର ଦିଲ୍ଲୀପ ନନ୍ଦ, ଜନସୁରକ୍ଷା ପରିଶୋଧର ସଭାପତି ବିନାୟକ ଶତପଥି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଚିତ୍ରାନନ୍ଦ ମହାନ୍ତି, ଲଳିତ ବେହେରା ସ୍ମିତାରାଣୀ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।