ଢେଙ୍କାନାଳ : ସଦର ବ୍ଲକ ନାଗିଆପଶି ଗ୍ରାମରେ ମହପ୍ରଭୁ ଶ୍ରୀବାମନଙ୍କ ଜନ୍ମତିଥି ଉପଲକ୍ଷେ ମେଗା ବନୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାସଂଦ ମହେଶ ସାହୁ
କହିଲେ , ବୃକ୍ଷରାଜି ମନୁଷ୍ୟର ଜୀବନ ରକ୍ଷା କରିବା ସହ ଆୟବୃଦ୍ଧି ରେ ସହାୟକ ହୋଇଥାଏ। ଗ୍ରାମବାସୀଙ୍କ ଏଭଳି ମହତ୍ କାର୍ଯ୍ୟ ପ୍ରଶଂସନୀୟ ବୋଲି ସାସଂଦ କହିଛନ୍ତି । ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲାପାଳ ସରୋଜ କୁମାର ସେଠୀ,
ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଜଳଛାୟା ମିଶନ ପ୍ରକଳ୍ପ ନିର୍ଦେଶକ ସଚ୍ଚିଦାନନ୍ଦ ସ୍ୱାଇଁ ,ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଗୀତାଶ୍ରୀ ପାଢୀ, ଗ୍ରାମ ସଭାପତି ଅଶ୍ୱିନୀ ମହାନ୍ତି, ସରପଞ୍ଚ କୃଷ୍ଣଚନ୍ଦ୍ର ବେହେରା, ସମିତି ସଭ୍ୟ ସୁବାସ ଚନ୍ଦ୍ର ପୃଷ୍ଟି, ବେଲଟିକିରି ସରପଞ୍ଚ ବଳଭଦ୍ର ସାମଲ, ଦେଓଗାଁ ସରପଞ୍ଚ ବିଜୟ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଉପଲକ୍ଷେ ଟେଣ୍ଟେଇ ଟାଙ୍ଗରରେ ଚାରା ଲଗାଯାଇଥିଲା। ଉକ୍ତ ଅଞ୍ଚଳର ୪ ଏକର ଜମିରେ ପ୍ରାୟ ୩୦୦ କାଜୁଗଛ ଲଗାଯିବ। ଏହାର ରକ୍ଷଣାବେକ୍ଷଣ ଲାଗି ପ୍ରଶାସନ ପକ୍ଷରୁ ୨ଲକ୍ଷଟଙ୍କା ମଞ୍ଜୁର ହୋଇଛି।ବନ ବିଭାଗ, ଉଦ୍ୟାନ ବିଭାଗ, ଦେବୋତ୍ତର ବିଭାଗର ମିଳିତ ସହଯୋଗରେ ଜଗନ୍ନାଥ ବନପ୍ରକଳ୍ପ ଯୋଜନାରେ ରଥକାଠ ଅନୁକୂଳ ଚାରା ସହ ଫଳଗଛ ମଧ୍ୟ ରୋପଣ ହେବ। କାଜୁଓ ଫଳଚାରା ପଞ୍ଚାୟତର ଆୟ ବୃଦ୍ଧିରେ ସହାୟକ ହେବ। ସବୁଜିମା ଭରା ନାଗିଆପଶି ରେ ଜଳସେଚନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ କରିବା ଲାଗିଏହିଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ନାଗିଆପଶି କୁ ସ୍ମାଟଗ୍ରାର୍ମ ଭାବେ ଗଢ଼ି ତୋଳିବା ପାଇଁ ସଭାପତି ପ୍ରସ୍ତାବ ଦେଇଥିଲେ ।