ଯୁବ ପରିବେଶବିତ୍‌ ଶୁଭ୍ରାଂଶୁ ଦୁର୍ଗମ ସ୍ଥାନରେ ସେ ଡ୍ରୋନ ‌ ସହାୟତାରେ ବୁଣୁଛନ୍ତି ସିଡ୍‌ବଲ !

ଢେଙ୍କାନାଳ : ସହରର କୁଞ୍ଜକାନ୍ତ ଅଞ୍ଚଳର ଯୁବ ପରିବେଶବିତ୍‌ ଶୁଭ୍ରାଂଶୁ ଶତପଥୀ ସବୁଜ ବିକଳ୍ପ ପାଇଁ ପ୍ରୟାସ ଜାରି ରଖି ଥିବା ବନୀକରଣ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଉନ୍ନତ ଜ୍ଞାନ କୌଶଳ।

ଜଙ୍ଗଲ ଅବକ୍ଷୟ ହୋଇଥିବା ଦୁର୍ଗମ ସ୍ଥାନରେ ସେ ଡ୍ରୋନ ‌ ସହାୟତାରେ ବୁଣୁଛନ୍ତି ସିଡ୍‌ବଲ ( ମଞ୍ଜିଗୋଳା )। ଖୋର୍ଧା
ଜିଲ୍ଲାର ବରୁଣେଇ , ଭୁବନେଶ୍ୱରର ଚନ୍ଦକା, ଢେଙ୍କାନାଳ ଜିଲାର କପିଳାସ ଓ ସପ୍ତଶଯ୍ୟା ଅଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ସେ ଏଭଳି ଅଭନବି ପନ୍ଥା ଆପଣାଇଛନ୍ତି। ଏଥିସହ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କର୍ମଶାଳା ମାଧ୍ୟମରେ ସିଡ୍‌ବଲ୍‌ ତିଆରି କୌଶଳ ଏବଂ ଏହାର ବ୍ୟବହାର ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ଦେଉଛନ୍ତି। ଅଦ୍ୟାବଧି ସେ ଏକ ଲକ୍ଷ ସିଡ୍‌ବଲ ତିଆରି କରି ସାରିଥିବା ସୂଚନା ଦେଇଛନ୍ତି।

Leave A Reply

Your email address will not be published.

1 + 5 =