କାମାକ୍ଷାନଗର ; ବିଳମ୍ବିତ ରାତିରେ ତିନୋଟି ମନ୍ଦିରରୁ ଚୋରି !

ଢେଙ୍କାନାଳ : ଗୋଟିଏ ରାତିରେ ତିନିତିନିଟି ମନ୍ଦରରୁ ଚୋରି ହୋଇଥିବାଜଣାପଡିଛି । ବିଳମ୍ବିତ ରାତିରେ ଚୋରି ହୋଇଥିବା ଅନୁମାନ କରାଯାଉଛି । ସୂଚନା ମୂତାବକ କାମାକ୍ଷାନଗର ଥାନା ବାହାଡା ଗ୍ରାମରେ ଥିବା ମଙ୍ଗଳା ମନ୍ଦିର ମୁଖ୍ୟ ଫାଟକର ତାଲାଭାଙ୍ଗି ମାଆଙ୍କର ସୁନା ମୁକୁଟ,ସୁନା ମଙ୍ଗଳସୁତ୍ର ଓ ସୁନା ଟିକିଲି ଲୁଟି ନେଇଛନ୍ତି କେହି ଦୁର୍ବୁତ୍ତ। ସେହି ଭଳି କାଦୁଆ ଗ୍ରାମରେ ଥିବା ଶିବ ମନ୍ଦିରରୁ ଦାନବାକ୍ସ ଲୁଟି ନେଇଛନ୍ତି ଏବଂ ଗାଲୁ ଗ୍ରାମର ରାମ ମନ୍ଦିର ପୁଜକ ରଖିଥିବା ପାଞ୍ଚ ହଜାର ଟଙ୍କା ଲୁଟିନେଲେ। ଏନେଇ ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ ଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Leave A Reply

Your email address will not be published.

4 × five =