ଢ଼େଙ୍କାନାଳ : କୁବେର ପୁଲିସ ବାବୁଙ୍କ ଅମାପ ସମ୍ପତି । ଢେଙ୍କାନାଳରେ ଡିଏସପି ଅଭିନବ ଡାଳୁଙ୍କ ପାଖରେ ସ୍ଥାବର ଅସ୍ଥାବର ୨ କୋଟି ରୁ ଉର୍ଦ୍ଧ୍ବ ସମ୍ପତି ।
ସୂଚନା ମୁତାବକ ଜଟଣୀ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝରରେ କୁବେର ପୋଲିସ ବାବୁଙ୍କ ରହିଛି ମୋଟ ୧୪ଟି ପ୍ଲଟ୍ । ସ୍ତ୍ରୀ ଓ ଶଳାଙ୍କ ନାଁରେ ବି ମିଳିଲା ସମ୍ପତ୍ତି । କୋଇଲା ଗାଡି ମାଲିକ ଠାରୁ ଲାଞ୍ଚ ନେବାବେଳେ ଢେଙ୍କାନାଳ ଡିଏସପିଙ୍କୁ ଧରିଥିଲା ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ୍ । ପୁଲିସ ବାବୁଙ୍କ ଅଭିନବଙ୍କ ଅମାପ ସମ୍ପତ୍ତି ତାଲିକାରେ ବ୍ଯାଙ୍କ, ଅର୍ଥା ଲଗାଣ ସଂସ୍ଥା, ସ୍ଥାବର ଅସ୍ଥାବର ସମ୍ପତ୍ତି ପ୍ରାୟ ୨ କୋଟି ଉର୍ଦ୍ଧ୍ଵ ସମ୍ପତ୍ତି ଠାବ କରାଯାଇଛି ।ଜଟଣୀ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦୁଝରରେ ମୋଟ ୧୪ଟି ପ୍ଲଟ ସ୍ତ୍ରୀ ଓ ଶଳାଙ୍କ ନାଁରେ ବି ରହିଛି ସମ୍ପତ୍ତି । ଶାଶୁଙ୍କ ନାଁରେ ୨ଟି ପ୍ଲଟ୍ ଠାବ , ଶଳାଙ୍କ ନାଁରେ କେନ୍ଦୁଝରରେ ରହିଛି ୨ଟି ପ୍ଲଟ୍ । ୨୦୧୮ ରୁ ୨୦୨୨ ମଧ୍ୟରେ ସମ୍ପତ୍ତି କରିଥିବା ସୂଚନା ମିଳିଛି ।୨ ଦିନିଆ ରିମାଣ୍ଡରେ ନେଇ କରିଥିଲା ଜେରା । ଅଧିକ ତଥ୍ୟ ପାଇଁ ଡିଏସପି ଡାଳୁଆଙ୍କ ନେଇ ଖୋଳତାଡ କରୁଥିଲା ଭିଜିଲାନ୍ସ ବିଭାଗ ।
ସୂଚନା ଥାଉକି ଗତ ଅଗଷ୍ଟ ୩୦ରେ ସଦର ଥାନା ପ୍ରକୋଷ୍ଠରେ ଜଣେ କୋଇଲା ପରିବହନକାରୀଙ୍କଠାରୁ ୩୦ହଜାର ଟଙ୍କା
ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଥାନାଧିକାରୀ ତଥା ସଦ୍ୟ ଡିଏସ୍ପି ପଦବୀକୁ ପଦୋନ୍ନତି ପାଇଥିବା ଡାଳୁଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଅଧିକ ପଚରାଉଚରା ପାଇଁ ୮ ତାରିଖରୁଦୁଇଦିନ ପାଇଁ ରିମାଣ୍ଡରେ
ନିଆଯାଇଥିଲା। ୯ ତାରିଖରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଥିବାବେଳେ ଭିଜିଲାନ୍ସ ପକ୍ଷରୁ ସିଡୀ ଦାଖଲ କରାଯାଇପାରି ନ ଥିଲା। ଏଥି ପାଇଁ କୋର୍ଟଙ୍କୁ ଅଧିକ ୪ଦିନ ସମୟ ମଗାଯାଇ ଥିବାବେଳେ ୧୪ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣିହେବ ବୋଲି ଦିନ ଧାର୍ଯ୍ୟ ହୋଇଛି।
ଉଲ୍ଲେଖ ଯୋଗ୍ୟ, ଇନସ୍ପେକ୍ଟର ଭାବେ ଡାଳୁଆ ଜଗତ୍ସିଂହପୁର ଜିଲାରୁ ବଦଳିହୋଇ ଆସି ଢେଙ୍କାନାଳ ଜିଲା ଏସ୍ପିଙ୍କ କାର୍ଯ୍ୟାଳୟ , ଟାଉନ ଥାନା, କାମାକ୍ଷାନଗର ଆଦର୍ଶଥାନା, ସଦର ଥାନାରେ ମୋଟ ୬ବର୍ଷ ଧରିକାର୍ଯ୍ୟ କରିଥିଲେ। ତାଙ୍କ ସ୍ତ୍ରୀ ମଧ୍ୟ ସଦର ଥାନା, ଏସ୍ପିଙ୍କ କାର୍ଯ୍ୟାଳୟରେ ଇନସ୍ପେକ୍ଟର ଭାବେ କାର୍ଯ୍ୟ କରି ଡିଏସ୍ପି ପଦବୀକୁ ପଦୋନ୍ନତି ପାଇଛନ୍ତି। କିଛିଦିନ ତଳେ ଡାଳୁଆଙ୍କୁ ଡିଏସ୍ପି ଭାବେ ରାଉରକେଲା ଏସ୍ପିଙ୍କ କାର୍ଯ୍ୟାଳୟ ବଦଳି ହୋଇଥିଲା। ତେବେ ବଦଳି ଅର୍ଡର ବାହାରିବାର ୩ଦିନ ପରେ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।