“ଆମ ପ୍ରତିଭା – ଆମ ସମ୍ମାନ” ର ପ୍ରସ୍ତୁତି ବୈଠକ !


ଢେଙ୍କାନାଳ : ଆସନ୍ତା ୧୪ ନଭେମ୍ବର ଶିଶୁଦିବସରେ ବିଭିନ୍ନ ବର୍ଗର ଶିଶୁ ପ୍ରତିଭାମାନଙ୍କୁ ଉତ୍ସାହିତ କରି ବିକଶିତ କରିବା ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିବା ପାଇଁ “ଆମ ପ୍ରତିଭା-ଆମ ସମ୍ମାନ ” ପକ୍ଷରୁ ସ୍ଥିରିକୃତ ହୋଇଛି ।

ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ପ୍ରତିଷ୍ଠାତା ସାଂସଦ ମହେଶ ସାହୁଙ୍କ ଉପସ୍ଥିତିରେ ସଭାପତି ପ୍ରିୟରଞ୍ଜନ ମାହୁଁନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କୃତୀତ୍ୱ ହାସଲ କରିଥିବା ତଥା ବ୍ଲକ୍ ମାନଙ୍କରେ ବିଭିନ୍ନ ବିଭାଗରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ କରି ସମ୍ବର୍ଦ୍ଧିତ କରାଯିବ ।

ଏହା ବ୍ୟତୀତ ଜିଲ୍ଲାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରତିଭା ସଂପନ୍ନ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାକୁ ସ୍ଥିର ହୋଇଛି । ଏଥି ନିମନ୍ତେ ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠାତା ସାଂସଦ ଶ୍ରୀ ସାହୁଙ୍କ ସହିତ ଆଲୋଚନା କରାଯାଇ ନିର୍ଦ୍ଦିଷ୍ଟ ଦିନ କିପରି ଏହା ଶାନ୍ତି ଶୃଙ୍ଖଳାରେ ସମାପ୍ତ ହେବ, ସେ ସଂପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା । ଏହି ବୈଠକକୁ ପଣ୍ଡିତ୍ ମାତୃପ୍ରସାଦ ମିଶ୍ର ସଞ୍ଚାଳନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସୁଧାଂଶୁ ଶେଖର ରାଉତ, ସଦାଶିବ ମହାପାତ୍ର, ଲିୟାକତ୍ ଅଲ୍ଲି , ଶିଶିର ଶତପଥୀ, ବିରଞ୍ଚି ନାରାୟଣ ସେଠ୍‌, ଅମରେନ୍ଦ୍ର ଦାସ, ଜିତେନ୍ଦ୍ରପଟ୍ଟନାୟକ, ରଞ୍ଜନ ସାହୁ, ସରୋଜକର , ସତ୍ୟନାରାୟଣ କର, ଶ୍ୟାମସୁନ୍ଦର ସାହୁ,  ମହେନ୍ଦ୍ର ସାହୁ, ସଞ୍ଜୟ ପରିଡା, ଦୁଷ୍ମନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବାବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

2 + 18 =