ଢେଙ୍କାନାଳ : ସହରର ମୁଖ୍ୟ ରେଳ ଷ୍ଟେସନ କଡରେ ଥିବା ବସ୍ତିବାସୀନ୍ଦାଙ୍କ ଗମନାଗମନ, ପାନୀୟଜଳ, ଡ୍ରେନେଜ୍ ବ୍ୟବସ୍ଥା, ବିଦ୍ୟୁତ କରଣ ଇତ୍ୟାଦିକୁ ନେଇ ଅନେକ ସମାସ୍ୟା ଦେଖାଦେଇଥିବା ବିଷୟ ଅଞ୍ଚଳବାସୀଙ୍କ ପକ୍ଷରୁ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ସେମାନଙ୍କର ଏହି ସମାସ୍ୟାକୁ ଅନୁଭବ କରି ସାଂସଦ ଶ୍ରୀ ସାହୁ ଆଜି ପୂର୍ବାହ୍ନରେ ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ବିଦ୍ୟୁତ୍ ବିଭାଗ ଏସ୍ଡିଓ ନିଳକାନ୍ତ ସାହୁ ଓ କନିଷ୍ଠ ଯନ୍ତ୍ରୀ ଯୁଧିଷ୍ଠିର ସାହୁଙ୍କୁ ନେଇ ସଂପୃକ୍ତ ଅଂଚଳ ଗସ୍ତରେ ଯାଇ ପରିଦର୍ଶନ କରିଥିଲେ । କିପରି ବସ୍ତିବାସୀନ୍ଦାଙ୍କର ଉପରୋକ୍ତ ସମାସ୍ୟାଗୁଡିକ ସମାଧାନ ହୋଇପାରିବ, ସେ ସଂପର୍କରେ ଅନୁଧ୍ୟାନ କରି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।