ଢେଙ୍କାନାଳ : ଉଫୁନା କାର୍ଯ୍ୟାଳୟରେ ପୂର୍ବତନ ସମାଜସମ୍ପାଦିକା ମନୋରମା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇ ଅଛି ।
ଏଥିରେ ଉଫୁନାର ସ୍ଥାୟୀ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଶିଳ୍ପଦ୍ୟୋଗୀ ଅଞ୍ଜନ ସାହୁ କହିଲେ ଯେ, ମନୋରମା ମହାପାତ୍ରଙ୍କର ଓଡିଆ ସାହିତ୍ୟକୁ ବହୁତ ଅବଦାନ ଅଛି । ସମାଜର ସମ୍ପାଦକ ପଦ୍ମଭୂଷଣ ଡଃ ରାଧାନାଥ ଙ୍କର ସୁପୁତ୍ରୀ ଥିଲେ । ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ପୃଷ୍ଠପୋଷକ ପୀତବାସ ସାହୁ କହିଲେ ଯେ, ମନୋରମା ମହାପାତ୍ର, ବାତ୍ୟା, ବନ୍ୟା ଓ ମରୁଡି ସମୟରେ ପ୍ରଥମେ ଦୁର୍ଗତ ଲୋକଙ୍କ ପାଖରେ ରିଲିଫ୍ ନେଇ ବଣ୍ଟନ କରିଥିଲେ ।
ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଯେ, ତାଙ୍କ କବିତାରେ ମହନୀୟତା ଓ ପରିବର୍ତନର ବାର୍ତ୍ ଥିଲା । ସମସ୍ତ ବକ୍ତା ଡଃ ମନୋରମା ମହାପାତ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ମନୋରମା ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ସୁକାନ୍ତି ସାହୁ, ମହାପାତ୍ରଙ୍କର ଲିଖିତ ଏକ କବିତା ପଠନ କରିଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦେଶ୍ କୀ ବାତ୍ ସଂଗଠନର ରାଜ୍ୟ ସଭାପତି ସରୋଜ ସତପଥୀ, ପ୍ରଫେସର ସମୀର ସାହୁ, ଓଡିଶା ସାହିତ୍ୟ ଏକାଡେମୀର ବରିଷ୍ଠ ସଦସ୍ୟକବି ବାହାଦୂର ପାଟ୍ଟଶାଣୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅଧ୍ୟକ୍ଷ ମଞ୍ଜୁଶ୍ରୀ ମୁଖୀ ଧନ୍ୟବାଦ ଅର୍ପଣ କରିଥିଲେ ।