ବଦଳି ପାରିନାହିଁ ଅସହାୟ ଯୁଦ୍ଧିଷ୍ଟିର ବାରିକଙ୍କ ଭୋକର ତାଡନା, ରୋଗର ଯାତନା…..
ଢ଼େଙ୍କାନାଳ : ଭୁବନ ବ୍ଲକ ଦଶ ନମ୍ବର ୱାର୍ଡ ବାସିନ୍ଦା ଯୁଦ୍ଧିଷ୍ଟିର ବାରିକ , ବୟସ ପଞ୍ଚଚାଳିଶ ହେବ । ଘରେ ଦୁଇ ବଢିଲା ଝିଅ ଓ ଦୁଃଖିନୀ ପତ୍ନୀଙ୍କୁ ନେଇ ତେଲଲୁଣର ସଂସାର ।
କାଳର ବଜ୍ରାଘାତ ତାଙ୍କୁ କରିଦେଇଛି ପଙ୍ଗୁ ପକ୍ଷାଘାତ । ଦିର୍ଘ ବର୍ଷ ଧରି ଅସହାୟ ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ କାଳତିପାତ କରୁଛନ୍ତି ନିଜ ଜୀବନ । ପତ୍ନୀ ଏକା ତାଙ୍କ ସାହା ଭରଷା । ଓଳିଏ ଖାଇ ଓଳିଏ ଉପବାସ ରହୁଥିବା ବ୍ୟକ୍ତିର ଚିକିତ୍ସା ଖର୍ଚ୍ଚ କିଏ ବା ଦେବ ? ଏମିତି ଏକ ପ୍ରଶ୍ନ ଆଜିଯାଏ ପଙ୍ଗୁ କରି ରଖିଛି ତାଙ୍କୁ । ତେବେ ବିଡମ୍ବନାର ବିଷୟ ହେଲା ତାଙ୍କୁ ନେଇ ବର୍ଷ କ ପୂର୍ବ ରୁ ଅନେକ ଖବର ପ୍ରସାରଣ ହେଲା। ଅନେକ ସହାୟତା ପାଇବାର ଆଶା ଉଜ୍ଜିବିତ ହେଲା । କିନ୍ତୁ ଜଣେ ସାମାନ୍ଯ ରାଶନ କାର୍ଡ ଧାରୀ ଭାଡେ ମାତ୍ର କୋଡ଼ିଏ କିଲୋ ଚାଉଳ ପାଉଛନ୍ତି । ଯେଉଁଠି କି ବିଗତ ଦିନରେ ସେ ଅନ୍ତୋଦୟ କାର୍ଡ ପାଇବାକୁ ପ୍ରତିଶୃତି ପାଇଥିଲେ ।
ଏବେ ସମୟ ଯାଇ ଅତୀତ, ପ୍ରତିଶୃତି ବ୍ରାହ୍ମଣୀ ନଦୀର ବନ୍ଯାଜଳ ପରି ବୋହିଯାଇଛି । ଯାହା ଅଛି ନଦୀ ଶଜ୍ୟାରେ ଶୁଖିଲା କାଠଗଣ୍ଡି ଭଳି ଅପଙ୍ଗ ଦିବ୍ୟାଙ୍ଗ ଯୁଦ୍ଧିଷ୍ଟିରଙ୍କ ଜୀବନ । ଆଶା ରଖିବି ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ, ଖାଉଟି କଲ୍ୟାଣ ବିଭାଗ ଓ ଯୋଗାଣ ବିଭାଗ ଏ ଦିଗରେ ଯତ୍ନବାନ ହୋଇ ତାଙ୍କ ପରିବାର କୁ ଅନ୍ତୋଦୟ କାର୍ଡ ପ୍ରଦାନ କରିବେ ।
ସୂଚନାଯୋଗ୍ଯ କି ତାଙ୍କ ପତ୍ନୀଙ୍କ ଅଭିଯୋଗ ଅନୁସାରେ ସେ ଗତ କିଛିମାସ ର ମୁଲ୍ୟମୂକ୍ତ ଓ ମୁଲ୍ୟମୂକ୍ତ ରାଶନ ପାଇବାରୁ ଚଞ୍ଚକତାପୂର୍ବକ ବଞ୍ଚିତ ହୋଇଛନ୍ତି । ଏ ନେଇ ସେ ଭୁବନ ବ୍ଲକ ଯୋଗାଣ ଅଧିକାରୀ ବାଘା ବେସ୍ରାଙ୍କ ନୀକଟରେ ଅଭିଯୋଗ କରିଛନ୍ତି ।