ଅଲଟରନେଟିଭ୍ ରିଦିମ୍ ଥିଏଟର (ଆର୍ଟ)ର ୯ମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ଅଲଟରନେଟିଭ୍ ରିଦିମ୍ ଥିଏଟର (ଆର୍ଟ)ର ୯ମ ପ୍ରତିଷ୍ଠା ଉତ୍ସବ ଅବସରରେ
ଠେକୁଆ -କଇଁଛ ଲୋକକଥା ଆଧାରରେ ସାମ୍ପ୍ରତିକ ସମୟର ଚିତ୍ରକୁ ସାମଞ୍ଜସ୍ୟ କରି ମଞ୍ଚସ୍ଥ ହୋଇଥିଲା ନାଟକ ‘ଦୌଡ଼’ ।

ଏଭଳି ଏକ ଭିନ୍ନ ସ୍ୱାଦର ନାଟକ, ଯେଉଁଥିରେ ଫୁଟିଥିଲା ମଣିଷର ବେଦନା । ନାଟ୍ୟକାର ଦୀନେଶ ଦାସଙ୍କ ରଚିତ ଓ ନିର୍ଦ୍ଦେଶନା ରେ ଏହିନାଟକରେ ଅନୁଷ୍ଠାନର କଳାକାରଙ୍କ ଜୀବନ୍ତ ଅଭିନୟ ସାଉଁଟି ଥିଲା ଦର୍ଶକଙ୍କର ଭରପୂର କରତାଳି । ଜିଲ୍ଲାପଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସମାଜ ସଂସ୍କାର ଓ ବ୍ୟକ୍ତିତ୍ୱର ବିକାଶରେ ନାଟକର ପ୍ରମୁଖ ଭୂମିକା ରହିଛି ବୋଲିସେ କହିଥିଲେ । ସମ୍ମାନିତ ଅତିଥିଭାବେ ଆଇଆଇଏମ୍‌ସିର ଆଞ୍ଚଳିକ ନିର୍ଦେଶକ ଡ. ମୃଣାଳ ଚାଟାର୍ଜୀ, ଢେଙ୍କାନାଳ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ ପ୍ରଧାନ, ଜିଲ୍ଲ ସଂସ୍କୃତି ଅଧିକାରୀ ପ୍ୟପ୍ରିୟମ୍ବ ବେହେରା, ସେଣ୍ଟ ଜାଭିୟର୍ସ ହାଇସ୍କଲରୁ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ , କାନପୁରା ପଂଚାୟତରାଜ ହାଇସ୍କଲରୁ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ, ଦିଲ୍ଲୀ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ବିଜୟ ସାହୁପ୍ରମୁଖ ଯୋଗଦେଇଥିଲେ । ଥିଏଟର  ସମାଜର ଦର୍ପଣ ସ୍ୱରୂପ ।ସମାଜରେ ଘଟୁଥିବା ନିଚ୍ଛକ କଥାକୁ ମଞ୍ଚ ମାଧ୍ୟମରେ ଲୋକଲୋଚନକୁ ଅଣାଯାଇଥାଏ ବୋଲି  ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଅନୁଷ୍ଠାନର ଅଧ୍ୟକ୍ଷା ଅଧ୍ୟାପିକା ଡ. ପୁଷ୍ପଲତା ରଥଙ୍କ ସଭାପତିତ୍ୱରେ ନାଟ୍ୟ ନିର୍ଦେଶକ ଦାସ ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟକ୍ରମ ସର୍ମ୍ପକରେ ସୂଚନାଦେଇଥିଲେ ।  ସଦସ୍ୟ ମନୋହର ଶତପଥୀ, କାମାକ୍ଷା ପ୍ରସାଦ ରଣା କାଯ୍ୟକ୍ରମ ର୍ ପରିଚାଳନା  କରିଥିଲେ । ବିଭିନ୍ନ ଭୂମିକାରେ ସାଇ ଚନ୍ଦନ ଦାସ, ଆୟୂଷ ଦାସ, ଅଂଶିତ ନନ୍ଦ,  ବୈଭବ ମହାନ୍ତି, ନାନ୍ସି ମହାନ୍ତି, ଅନମୋଲ ସ୍ୱାଇଁଁ ରୁଦ୍ରାଂଶ ରାଜ, ଶ୍ରେୟାଂସ ସିଂହ, ଶିବା ନାୟକ, ଦୀପ୍ତାଂଶୁ ସାହୁ ଅଭିନୟ କରିଥିଲେ । ଦର୍ଶକମାନେ ର ନିଜର ମତ ଲିଖିତ ଭାବେ ପ୍ରଦାନ କରିଥିଲେ । ଏହି ନାଟକ ଭୁବନେଶ୍ୱରରେ ମଞ୍ଚସ୍ଥ ହେବ ବୋଲି ଅନଷ୍ଠାନୁ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

four × two =