ସଂଧ୍ୟାତାରା ସାହିତ୍ୟ ସଂସଦର ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ସଂଧ୍ୟାତାରା ସାହିତ୍ୟ ସଂସଦର ୪୩ ତମ ବାର୍ଷିକ ଉତ୍ସବ ଗୋପବନ୍ଧୁ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ଲାଗି ସମସ୍ତ ପ୍ରକାର ପ୍ରୟାସ ହେବା ଦରକାର ବୋଲି କହିଥିଲେ ।ଲେଖକ ମାନେ ନିଜର ସୃଜନଶକ୍ତି ବଳରେ ଲେଖା ମାଧ୍ୟମରେ ନିଜର ଭାବକୁ ପ୍ରକାଶ କରିଥାନ୍ତି । ଜୀବନର ବାସ୍ତବ କଥା କହୁଥିବା ସାହିତ୍ୟ ହେଉଛି ସାହିତ୍ୟ ଯାହାକି ହୃଦୟକୁ ଛୁଇଁଥାଏ । ସେଥିପାଇଁ ଲେଖକମାନେ ମଧ୍ୟ ଜଣେ ଜଣେ କଳାକାର ବୋଲି ଜଷ୍ଟିସ ଶଶିକାନ୍ତ ମିଶ୍ର ମତବ୍ୟକ୍ତ କରିଛନ୍ତି ।

ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବରିଷ୍ଟ ଗୀତିକାର ତଥା ପ୍ରାବନ୍ଧିକ ଇଂ.ରୁଦ୍ରପ୍ରସାଦ ମହାନ୍ତି ଉଦଘାଟନ କରିଥିଲେ ।
ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କଥାକାର ଅଧ୍ୟାପକ ବିଶ୍ୱ ରଞ୍ଜନ କହିଲେ ସାହିତ୍ୟ ସମ୍ପର୍କର କଥା କୁହେ । ସାହିତ୍ୟରେ କୌଣସି ଭେଦଭାବ କିମ୍ବା ଅହଂକାର ନାହିଁ । ସାହିତ୍ୟ ଆତ୍ମା ଖୋଜେ । ଦେବାଳୟରୁ ବେଶ୍ୟାଳୟ ସବୁଠି ସାହିତ୍ୟର ଚରାଭୁାଇଁ । ପୁରସ୍କାର ପାଇଁ କେହି ସାହିତ୍ୟ ଲେଖନ୍ତି ନାହିଁ । ଚିଠି ମଧ୍ୟ ସାହିତ୍ୟର ଏକ ଅଂଶ ହୋଇପାରେ । ସାହିତ୍ୟ ସର୍ବଦା ଚିରନ୍ତନ ବୋଲି ସେ ମତବ୍ୟକ୍ତ କରିଥିଲେ ।ବିଶିଷ୍ଟ ସାହିତ୍ୟିକ ନୃସିଂହ ପ୍ରସାଦ ତ୍ରିପାଠୀ କହିଲେ ଆମ ଭିତରେ ଥିବା ଅନ୍ତର୍ନିହିତ ଶକ୍ତିକୁ ଗ୍ରହଣ କରିବା ଆମ ଜୀବନର ଲକ୍ଷ୍ୟ ହେବାଉଚିତ ।

ଏହି ଅବସରରେ କବି ରଶ୍ମି ମହାପାତ୍ରଙ୍କୁ ସାରସ୍ୱତ ସାହିତ୍ୟ ସମ୍ମାନ-୨୦୨୨ ଏବଂ ବ୍ୟଙ୍ଗ ସାହିତ୍ୟିକ ରାଧୁମିଶ୍ରଙ୍କୁ ହାସ୍ୟବିଦୁଷୀ ବ୍ୟଙ୍ଗ ସମ୍ମାନ -୨୦୨୨ରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଉନ୍ମୋଚନ ଅତିଥିମାନଙ୍କ ଦ୍ୱାରା କରାଯାଇଥିଲା ।

ସଂଧ୍ୟାତାରା ସାହିତ୍ୟ ସଂସଦର ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ସାଧାରଣ ସମ୍ପାଦକ ଶରତ ମିଶ୍ର ଭରଦ୍ୱାଜ, ନିବେଦିତା ତ୍ରିପାଠୀ, ଭବାନୀକାନ୍ତ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନିରଦାନନ୍ଦ ନନ୍ଦ ,ବିଭୁତି ଭୂଷଣ ସାହୁ, ଭ୍ରମରବର ହୋତା, ମନୋରଂଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

one × 1 =