ଜିଲ୍ଲାରେ ଶିକ୍ଷା ଭିତିକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା, ଢେଙ୍କାନାଳ ଆନୁକୁଲ୍ୟରେ ଜିଲ୍ଲାରେ ଶିକ୍ଷା ଭିତିକ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାରସେଠୀ ଯୋଗଦେଇ ବିଦ୍ୟାଳୟ ଗୁଡିକରେ କମ୍ପୋଷ୍ଟ ପିଟ କରାଯାଇ ନ୍ୟୁଟ୍ରି ଗାର୍ଡେନ ପାଇଁ ଜୈବିକ ଖତ ପ୍ରସ୍ତୁତ କରାଯିବ ବୋଲି କହିଥିଲେ । ବିଭି୍‌ନ୍ନ ପନିପରିବା ଏବଂ ଫୁଲ ଫଳ ଗଛ ଲଗାଇ ବିଦ୍ୟାଳୟ ପରିସରକୁ ଆକର୍ଷଣୀୟ କରାଯିବାକୁ ଉଦ୍ୟମ କରାଯାଉଛି । ବିଦ୍ୟାଳୟର ସ୍ଥାୟୀ ଜମିପଟ୍ଟା ସହିତ ପାନୀୟ ଜଳ ଯୋଗାଣ , ପ୍ରସସ୍ଥ ଆପ୍ରୋଚ ରୋଡ , ପ୍ରତ୍ୟେକ ବିଦ୍ୟାଳୟକୁ ବିଦ୍ୟୁତ ଏବଂ ଇଣ୍ଟରନେଟ୍ ସୁବିଧା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

ବିଶେଷ କରି ଦୁର୍ଗମ ଅଞ୍ଚଳରେ ଥିବା ବିଦ୍ୟାଳୟରେ ପଢୁଥିବା ପିଲା ବେଂ ଅନ୍ୟାନ୍ୟ ସମସ୍ତ ସ୍କୁଲକୁ ଆସୁନଥବା ପିଲାମାନଙ୍କୁ ଠାବ କରି ସେମାନଙ୍କୁ ସ୍କୁଲ ଆଣିବାର ବ୍ୟବସ୍ଥା କରିବାକୁ ସମସ୍ତ ବ୍ଳକ ଶିକ୍ଷା ଅଧିକାରୀ, ଅତିିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ, କ୍ଲଷ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟରମାନେ ବିଶେଷ ଧ୍ୟାନ ଦେବାକୁ କହିଥିଲେ । ଜିଲ୍ଲାରେ ସ୍ୱାକ୍ଷରତା ହାରକୁ ୯୦ ପ୍ରତିଶତ କୁ ବୃଦ୍ଧି କରି ଜିଲ୍ଲାକୁଏକଏ ଜୁକସନାଲ ହବ୍‌ରେ ପରଣତ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି ଏବଂ ଝିଅ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରାଧାନ୍ୟ ଦେବାକୁ ଶିକ୍ଷକମାନେ ଗୁରୁ ଦାୟିତ୍ୱ ବହନ କରିବାକୁ କହିଥିଲେ ।

ସମସ୍ତ ଷ୍ଟେକ ହୋଲ୍ଡର ଶିକ୍ଷକ, ଅଭିଭାବକ, ସ୍ଥାନୀୟ ଅଞ୍ଚଳର ମୁଖିଆମାନେ ଏଥିପାଇଁ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟକୁ ଶତ ପ୍ରତିଶତ ପିଲା ଆସିଲେ ଏହି ଭିଜନ ସଫଳ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଲକ୍ଷ୍ୟରେ ଜିଲ୍ଲାର ସମସା୍‌ତ ବ୍ଲକରେ ୮ଟି ସଚେତନତା ରଥ ପରିକ୍ରମା କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଶିକ୍ଷକମାନେ କର୍ତବ୍ୟନିଷ୍ଟ ହୋଇ ସ୍ୱଚ୍ଛତା ଅବଲମ୍ବନ କରି ପିଲାମାନଙ୍କ ସହିତ ମିଶି ସେମାନଙ୍କ ମନୋଭାବ ବୁଝି ଶିକ୍ଷା ଦାନ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ପିଲାମାନଙ୍କ ସୁରକ୍ଷା ସହିତ ନୈତିକ ଶିକ୍ଷା ପ୍ରଦାନ ଏବଂ ଇକୋ ଫ୍ରେଣ୍ଡଲି କ୍ଲାସ ଉପରେ ଗୁରୁତ୍ୱ ଦେଇ ସ୍କୁଲ ଗୁଡିକୁ ମଡେଲ ସ୍କୁଲ ଭାବେ ପରିବର୍ତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ବୈଠକରେ ନିଉ ସେକେଣ୍ଡାରୀ ସ୍କୁଲ, ନିଉ ହାୟର ସେକେଣ୍ଡାରୀ ସ୍କୁଲର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା । ପିଲାମାନଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି ସହିତ ଧନ୍ଦାମୁଳକ ଶିକ୍ଷା ପ୍ରଦାନ ଗୁରୁତ୍ୱ ଦିଆଯିବା ଉପରେ ଆଲୋଚନା ହୋଇଥିଲା ।

ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଡିଆଇଇଟିର ପ୍ରିନ୍ସପାଲ, ନ୍ୟୁଟ୍ରା ଗାର୍ଡେନର କର୍ମକର୍ତ୍ତା, ସମସ୍ତ ବ୍ଳକ ଶିକ୍ଷା ଅଧିକାରୀ , ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ, କ୍ଲଷ୍ଟର ରିସୋର୍ସ ସେଣ୍ଟର କୋଅର୍ଡିନେଟର ମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସସ୍ମିତା ସାହୁ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eighteen − 5 =