ଢେଙ୍କାନାଳ : ଜିଲ୍ଲାପଳ କାଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ପିରାମଲ ଫାଉଣ୍ଡେଶନ ଏବଂ ଜିଲା ପ୍ରଶାସନର ମିଳିତ ସହଯୋଗରେ ଠାରୁ ଆରମ୍ଭହୋଇଛି ବୁନିୟାଦୀ ଶିକ୍ଷା ଅଭିଯାନ । ଜିଲ୍ଲାପାଳ ସରୋଜ କୁମାର ସେଠୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳରେ ବିଭିନ୍ନ ବ୍ଲକରୁ ଶିକ୍ଷା ଭଲ୍ୟଣ୍ଟୁୟରି ଚୟନ ହୋଇଛନ୍ତି। ସେମାନେ ପ୍ରତିଗ୍ରାମରେ ପ୍ରଥମରୁ ପଞ୍ଚମ
ଶ୍ରେଣୀ ପଢୁଥିବା ପିଲାଙ୍କୁ ନିଃଶୁଳ୍କ ଶିକ୍ଷା ପ୍ରଦାନ କରିବେ। ଅଭିଭାବକଙ୍କୁଶିକ୍ଷାର ଗୁରୁତ୍ୱ ସର୍ମ୍ପକରେ ସଚେତନ କରାଇବେ।
ଏଥିରେ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ କରିଗୋଷ୍ଠୀ ଶିକ୍ଷଣ କାଯ୍ୟକ୍ରମକୁକିପରି ଅଧିକ ପ୍ରଭାବଶାଳୀ କରାଯାଇପାରିବ
ସେ ସର୍ମ୍ପକରେ ଜିଲାପାଳ ପରାମର୍ଶ ଦେଇଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି, ଅତିରିକ୍ତ ଜିଲା ଶିକ୍ଷା
ଅଧିକାରୀ ସସ୍ମିତା ସାହୁ, ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ମାନସ ଚନ୍ଦ୍ର ରାଉତ, ଯୋଜନା ଓ ସମନ୍ୱୟ ବିଭାଗର ଉପ ନିର୍ଦ୍ଦେଶକ ସରୋଜ କୁମାର ସେଠୀ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ , ଶିକ୍ଷା ବିଭାଗର ବିଭିନ୍ନ କମଚାରୀ ର୍ , ପିରାମଲ ଫାଉଣ୍ଡେସନ ପୋଗ୍ରାମ ମ୍ୟାନେଜର ସ୍ୱସ୍ତିକ ନାୟକ, ପୋଗ୍ରାମ ଲିଡର ମାନସ ପ୍ରଧାନ ଏବଂ ଗାନ୍ଧୀବାଦୀ ମହମ୍ମଦ ଆରିଫ୍, ଓବେଦ ଖାନ, ବିକ୍ରମ ଦାସ, ଆଦର୍ଶ ଚୌହାନ ପ୍ରମୁଖ ଉପସ୍ଥିତ ।