ଟ୍ରକ୍‌ ଚାଳକକୁ ମରଣାନ୍ତକ ଆକ୍ରମଣ ଘଟଣାରେ ପେଟ୍ରୋଲ ପମ୍ପ କର୍ମଚାରୀ ଗିରଫ

ଢେଙ୍କାନାଳ : ସଦର ଥାନା ପଞ୍ଚୁପଟି ସ୍ଥିତ ପେଟ୍ରୋଲ ‌ ପମ୍ପ୍‌ ନିକଟରେ ବିଳମ୍ବିତ ରାତିରେ ଟ୍ରକ୍‌ ଚାଳକ ତଥା ନୟାଗଡ଼ ଜିଲ୍ଲ ଖଣ୍ଡପଡ଼ା ଥାନା ବେଣାଗାଡ଼ିଆ ଗ୍ରାମର ଭାବଗ୍ରାହୀ ପ୍ରଧାନଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଦୁଇ ପେଟ୍ରୋଲ ପମ୍ପ କର୍ମଚାରୀ ର୍ ଗିରଫ ହୋଇଛନ୍ତି।

ସେମାନେ ହେଲେ କୁନା ମହାନ୍ତିଓ ରୋଶନ ମିଶ୍ର। ଚାଳକ ଜଣକ ଟ୍ରକ୍‌ ନିକଟରେ ଛିଡ଼ା ହୋଇଥିବାବେଳେ ମ୍ୟାନେଜର ରୋଶନ ଓ କର୍ମଚାରୀ କୁନା ଗାଳିଗୁଲଜ କରିବା ସହ ଲୁହା ପାଇପରେ ଆକ୍ରମଣ କରିଥିଲେ। ଏ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଶାଖା ସଭାପତି ନରୋତ୍ତମ ବେହେରା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏହିଘଟଣାକୁନେଇ ସଂଘ ସଦସ୍ୟମାନେ ସଦର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନକରିଥିଲେ। ଥାନାଧିକାରୀ ଅଭିନବ ଡାଳୁଆ ଆଲୋଚନା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥଲା। ଏ ନେଇ ସଦର ଥାନା ରେ ନଂ .୩୮୨/୨୨ରେ ଏକ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.

five × 3 =