ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ବ୍ଲକର ଶିକ୍ଷା ଭିତ୍ତିଭୂମି ସମୀକ୍ଷା !

ଢ଼େଙ୍କାନାଳ : ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ବ୍ଲକର ଶିକ୍ଷା ଭିତ୍ତିଭୂମି ବୁଲି ଦେଖିଛନ୍ତି। ‘୫-ଟି’ ଅନ୍ତଭୁର୍କ୍ତ ଶିକ୍ଷାନୁଷ୍ଠାନ ଗୁଡିକ ରେ ସ୍ୱଚ୍ଛତା ପ୍ରତିଧ୍ୟାନ ଦେବା, ମଧ୍ୟାହ୍ନଭୋଜନ ଠିକ୍‌ ଭାବେ ପରିଚାଳନା କରିବା ଏବଂ ଭଲ ଭାବେ ଶିକ୍ଷାଦାନ କରିବାକୁ ସେ ଶିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି।

ବିଧାୟିକା ପର୍ଯ୍ୟାୟକ୍ରମେ ସାତମାଇଲସ୍ଥିତ ଜନତା କଲେଜ, ଖଜୁରିଆକଟା ହାଇସ୍କୁଲ, ବାବନ୍ଧ ହାଇସ୍କୁଲ, ପଞ୍ଚଚିତ ହାଇସ୍କୁଲ, କଳିଙ୍ଗାପାଳ ହାଇସ୍କୁଲ ପରିଦର୍ଶନ କରିଥିଲେ। ‘୫-ଟି’ରେ ସାମିଲ ହୋଇଥିବା ବିଦ୍ୟାଳୟଗୁଡ଼ିକରେ ହୋଇଥିବା ଉନ୍ନୟନମଳକୂ କାର୍ଯ୍ୟ ଦେଖି ସେ ସନ୍ତୋଷବ୍ୟକ୍ତ କରିଛନ୍ତି । ଯାହା କିଛିସମସ୍ୟା ରହିଛି, ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିତାହାର ସମାଧାନ କରିବାକୁ ସେ ଆଶ୍ୱାସନା ଦେଇଛନ୍ତି।

ସାତମାଇଲ କଲେଜ ରୂପାନ୍ତରଣ ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ, କଲେଜକୁ ନାକରେ ଅନ୍ତଭୁର୍କ୍ତ କରିବା ଲାଗିଉଚ୍ଚଶିକ୍ଷା ବିଭାଗ ସହ ଆଲୋଚନା କରିବାକୁପ୍ରତିଶ୍ରୁତି ଦେଇଛନ୍ତି। ଏହିଅବସରରେ ସେ ଭଲ ପାଠପଢ଼ି ଅଞ୍ଚଳର ଟେକ ରଖିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ବିଡିଓ ଶିବଶଙ୍କର ମିଶ୍ର, ବହୁ ଜନପ୍ରତିନିଧି, ସରକାରୀ ପଦାଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nine + twenty =