କାମାକ୍ଷାନଗର; ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ !

ଢେଙ୍କାନାଳ : କାମାକ୍ଷାନଗରସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ପ୍ରଧାନ ଆଚାର୍ଯ୍ୟ ଗୈାର ଚନ୍ଦ୍ର ନନ୍ଦ ମହୋଦୟଙ୍କ ସଭାପତିତ୍ବରେ ଉଦଘାଟିତ ହୋଇଯାଇଛି ।

ଉକ୍ତ ଉତ୍ସବରେ ଵାଇସିଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା ଓ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟ ପ୍ରବୋଧ କୁମାର ମହାପାତ୍ର ମୂଖ୍ୟ ଅତିଥି ଓ ଵକ୍ତା ଭାବେ ଯୋଗଦେଇଥିଲେ ।ଏହା ସହିତ ସମ୍ମାନୀୟ ଅତିଥି ବୃନ୍ଦ କାମାକ୍ଷାନଗର ସମ୍ଵାଦିକ ସଂଘ ସଭାପତି ଅକ୍ଷୟ କୁମାର ନନ୍ଦ , ମୁକ୍ତାପଶି ସରକାରୀ ଉ:ପ୍ରା ବିଦ୍ୟାଳୟ କଳା ଶିକ୍ଷକ ତଥା ରଜ୍ୟ ପୁରସ୍କୃତ ଚିତ୍ରଶିଳ୍ପୀ ପ୍ରଦୀପ ଷେଣ୍ଢ , କାମାକ୍ଷାନଗର ଉପଖଣ୍ଡ ନନ୍ଦିଘୋଷ ଟିଭି ପ୍ରତିନିଧି ହୃଦୟ ବଲ୍ଲଭ ମିଶ୍ର ଏଵଂ କାମାକ୍ଷାନଗର ଉପଖଣ୍ଡ ଓଡିଶା ସମ୍ବାଦ ପ୍ରତିନିଧି ହରେକୃଷ୍ଣ ରାଉତ,ଇଞ୍ଜିନିୟର ହିମାଦ୍ରି ଦାଶ ପ୍ରମୁଖ ଉକ୍ତ ବିଜ୍ଞାନ ମେଳାରେ ଯୋଗଦେଇଥିଲେ ।

କିଶୋର ବିଭାଗରେ ୧୦ ଟି ,ଵାଲ୍ ବିଭାଗରେ ୨୨ ଟି, ଶିଶୁ ବିଭାଗରେ ୩୪ ଟି , ପ୍ରକଳ୍ପ ଓ ୩ୟ ଶ୍ରେଣୀରେ ୫୦ ଟି ପ୍ରକଳ୍ପ,୧ମ ଶ୍ରେଣୀରେ ୩୫ ଟି ପ୍ରକଳ୍ପ ଶିଶୁ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ୯ମ ଓ ଦଶମ ଶ୍ରେଣୀରେ ଧ୍ଵନୀ ତରଙ୍ଗ ସମ୍ବନ୍ଧରେ ପ୍ରକଳ୍ପ ଆସିଥିବା ବେଳେ ୬ଷ୍ଠ ରୁ ୮ମ ଶ୍ରେଣୀରେ ଭଉଣୀ ମାନେ ଜଳ ଓ ବାୟୁ ପ୍ରଦୂଷଣ , ଉଦ୍ଭିଦର ଅଙ୍ଗ ପ୍ରତ୍ୟଙ୍ଗ ,ଶକ୍ତି ସଂରକ୍ଷଣ ଇତ୍ୟାଦି ନମୁନା ଗୁଡିକ ପ୍ରଦର୍ଶିତ ହୋଇଥିଲା ।ପ୍ରଥମ ଶ୍ରେଣୀରେ ଆଚାର୍ଯ୍ୟା ସୂଜାତା ଗୁରୁମା, ୨ୟ ଓ ୩ୟ ଶ୍ରେଣୀରେ ସବିତା ଗୁରୁ ମା, ମାନସୀ ଗୁରୁମା , ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ସଂଯୁକ୍ତା ଗୁରୁମା ଓ ସୁନିତା ଗୁରୁମା , ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ଜଗବନ୍ଧୁ ଗୁରୁଜୀ, ଶ୍ରୀ ସାଇ ସ୍ଵରୂପ ଗୁରୁଜୀ, ୬ଷ୍ଠ ରୁ ୮ମ ଶ୍ରେଣୀରେ ଶ୍ରୀ ମଳୟ ଗୁରୁଜୀ, ଶ୍ରୀମତୀ ସୁନିତା ଗୁରୁମା, ୯ମ ଓ ୧୦ମ ଶ୍ରେଣୀରେ କାମାକ୍ଷା ପ୍ରସାଦ ଗୁରୁଜୀ ,ଜଗମୋହନ ଗୁରୁଜୀ ଶିଶୁ ମାନଙ୍କ ପ୍ରକଳ୍ପ ପ୍ରସ୍ତୁତି କରାଇଥିଲେ ।ମାନ୍ୟ ଗଣ୍ୟ ଅତିଥି ବୃନ୍ଦ , ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଙ୍କ ସମେତ ପରିଚାଳନା ଦାୟିତ୍ଵରେ ଥିବା ବିନୋଦିନୀ ଆଚାର୍ଯ୍ୟା , ଭବାନୀ ଆଚାର୍ଯ୍ୟା ଓ ଶ୍ରୀ ପ୍ୟାରି ମୋହନ ଆଚାର୍ଯ୍ୟ ଙ୍କ ସହିତ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଥିବା ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିଥିଲେ ।

Leave A Reply

Your email address will not be published.

fourteen − two =