ଗଁଦିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ଗଁଦିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ଶିବିରରେ ୧୫୪ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୧୨୧ଟିର ଶୁଣାଣି ସହ ସମାଧାନ କରାଯାଇଥଲା। ଦୁଇ ଜଣ ରେଡକ୍ରସ୍‌ ସହାୟତା ପାଣ୍ଠି ପାଇଁ ଆବେଦନ କରିଥିଲେ। ଜିଲ୍ଲାପାଳ ସରୋଜ କୁମାର ସେଠୀ ଶିବିରରେ ଯୋଗଦେଇ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ। ଏହି ଶିବିରରେ ଜିଲ୍ଲ ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି , ଅତିରିକ୍ତ ଏସ୍‌ପି ପୁରୁଷୋତ୍ତମ ସେଠୀ, ଜିଲା ପରଷଦି ମୁଖ୍ୟ ଉନ୍ନୟନ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଢେଙ୍କାନାଳ ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଜିଲା ମୁଖ୍ୟ ଚିକିତ୍ସାଧକାରୀ ଡା. ଅଶୋକ କୁମାର ଦାଶ, ଗଁଦିଆ ବିଡିଓ ଆଶିଷ ରଞ୍ଜନ ସାହୁ, ଆସିଷ୍ଟାଣ୍ଟ କଲେକ୍ଟର ପିଜିସେଲ ସୌମ୍ୟା ସତଭିଷା , ପିଜି ସେଲ ଅଧିକାରୀ ଲଳିତ ମୋହନ ଚୌଧରୀଙ୍କୁ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥଲେ ।

Leave A Reply

Your email address will not be published.

15 − thirteen =