ଭୁବନ ;ଶ୍ରମିକ ଙ୍କୁ ଉଚିତ୍ ପ୍ରାପ୍ୟ ଦେଉନଥିବା ଦାବିରେ ଗେଲ୍ ଇଣ୍ଡିଆ କମ୍ପାନୀ ସାମ୍ନାରେ ଠିକା ସଂସ୍ଥା ର ପ୍ରତିବାଦ !
ଢେଙ୍କାନାଳ : ଭୁବନ ବ୍ଲକ ଜିରାଳ ଠାରେ ଥିବା ଗେଲ ଇଣ୍ଡିଆ ଲିମିଟେଡ଼ର ସବଷ୍ଟେସନ ସାମ୍ନାରେ କର୍ମଚାରୀ ଓ ଶ୍ରମିକ ମାନଙ୍କର ବକେୟା ଟଙ୍କାକୁ ନେଇ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି । ୬୦ ଗୋଟି ଠିକାସଂସ୍ଥାର ହଜାର ହଜାର କର୍ମଚାରୀ ଓ ଶ୍ରମିକଙ୍କର ପ୍ରାୟ କୋଟି କୋଟି ଟଙ୍କା ଫସି ରହିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ପାରାଦ୍ୱୀପ-ଅନୁଗୁଳ ଗ୍ୟାସ ପାଇପ ଲାଇନର କାର୍ଯ୍ୟକୁ ଗେଲ ଇଣ୍ଡିଆ ଲିମିଟେଡ଼ କମ୍ପାନୀ କାର୍ଯ୍ୟ କରି ଆସୁଅଛି । ଯାଜପୁର ଠାରୁ ତୁମୁସିଙ୍ଗା ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ କାର୍ଯ୍ୟକୁ ପୁଞ୍ଜ୍ ଲଏଡ଼ ଲିମିଟେଡ଼ ବା ପିଏଲଏଲ କମ୍ପାନୀ ୧୦୪ କୋଟି ଟଙ୍କାର ପ୍ରୋଜେକ୍ଟ କାର୍ଯ୍ୟର ୱାର୍କ ଅର୍ଡର ପାଇଥିଲା । ଯାହା ଫଳରେ ୨୦୧୭-୧୮ ମସିହାରୁ ପିଏଲଏଲ କମ୍ପାନୀ ପ୍ରାୟ ୨୦୫ ଗୋଟି ଛୋଟ ବଡ଼ ଠିକାସଂସ୍ଥାକୁ କାର୍ଯ୍ୟରେ ନିୟୋଜିତ କରିଥିଲା ।
ଯେଉଁ କମ୍ପାନୀରେ ଓଡିଶା ଏବଂ ଓଡିଶା ବାହାରୁ ପ୍ରାୟ ହଜାର ହଜାର କର୍ମଚାରୀ ଓ ଶ୍ରମିକ କାର୍ଯ୍ୟ କରୁଥିଲେ । ଚଳିତ ବର୍ଷ ଯମୁନାକୋଟ ଗାଁ ସ୍ଥିତ ରାମିଆଳ ନଦୀର ଭୂତଳ ପାଇପ ଲାଇନ କାର୍ଯ୍ୟକୁ ପିଏଲଏଲ କମ୍ପାନୀ ମାର୍ଚ୍ଚ ମାସରେ ପୂର୍ଣ୍ଣାଙ୍ଗ କରିବା ସମୟରେ ଗେଲ ଇଣ୍ଡିଆ କମ୍ପାନୀ ଚଂଚକତା କରି କମ୍ପାନୀକୁ କାର୍ଯ୍ୟରୁ ବଏକଟ କରି ଦେଇଥିଲା । ଫଳରେ ଗେଲ ଇଣ୍ଡିଆ ପାଇଁ କାର୍ଯ୍ୟ କରୁଥିବା ୨୦୫ ଗୋଟି ଠିକାସଂସ୍ଥାର କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା ।
ଏପରିକି ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କର କୋଟି କୋଟି ଟଙ୍କା ଫସି ରହିଥିଲା । ଯାହାକୁ ନେଇ ଶ୍ରମିକ ଓ କର୍ମଚାରୀ ମାନେ ଚଳିତ ବର୍ଷ ମେ ମାସରେ ଯାଜପୁର ଠାରେ ଗେଲ ଇଣ୍ଡିଆକୁ ବିରୋଧ କରି କାର୍ଯ୍ୟକୁ ବନ୍ଦ କରି ଦେଇଥିଲେ । ଏହି ହଟଗୋଳକୁ ନେଇ ଗେଲ ଇଣ୍ଡିଆ କମ୍ପାନୀ ସମସ୍ତ ଠିକାସଂସ୍ଥାକୁ ତାଙ୍କର ପ୍ରାପ୍ୟ ପ୍ରଦାନ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।
ମାତ୍ର ପ୍ରତିଶ୍ରୁତି ଅନୁଯାୟୀ ଲିମ୍ରା ଏଣ୍ଟରପ୍ରାଇଜେସ ,କୁମାର ସିଂ ଏଣ୍ଡ ଆସୋସିଏଟ, ଅଜିତ କୁମାର ମିଶ୍ର ,ମନୋଜ କୁମାର ପଣ୍ଡା ,ବିଦ୍ୟାଧର ସାହୁ ,ସୋରଦିଆନ ଏଣ୍ଟରପ୍ରାଇଜେସ ଭଳି ୬୦ ଗୋଟି ଠିକାସଂସ୍ଥାର କୋଟି କୋଟି ଟଙ୍କା ବକେୟା ରହିଛି । ଯାହାକୁ ନେଇ ଗେଲ ଇଣ୍ଡିଆ କମ୍ପାନୀକୁ ଠିକାସଂସ୍ଥା ଗୁଡିକ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଗେଲ ଇଣ୍ଡିଆ ଭୂକ୍ଷେପ କରି ନଥଲା । ଯାହାକୁ ନେଇ ଠିକାସଂସ୍ଥାର ମାଲିକ ,ଶ୍ରମିକ ଓ କର୍ମଚାରୀ ମାନେ ଜିରାଳ ଗାଁ ସ୍ଥିତ ଗ୍ୟାସ ସବଷ୍ଟେସନରେ ତାଲା ପକେଇବା ସହ ଆନ୍ଦୋଳନ କରିଥିଲେ । ତୁରନ୍ତ ଗେଲ୍ ଇଣ୍ଡିଆ କମ୍ପାନୀ ଠିକାସଂସ୍ଥାର ବକେୟା ଅର୍ଥ ପ୍ରଦାନ ନକଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ହେବ ବୋଲି ଠିକାସଂସ୍ଥାର ମାଲିକ ଓ ଶ୍ରମିକ ମାନେ ପ୍ରକାଶ କରିଛନ୍ତି ।