ଢେଙ୍କାନାଳ : କପିଳାସ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମନ୍ଦିର ପରିସରରେ ଦେବୋତ୍ତର ବିଭାଗ ପକ୍ଷରୁ ପୂର୍ବାହ୍ନରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖଣି , ଇସ୍ପାତ ଓ ପୂର୍ତ ବିଭାଗ ମନ୍ତ୍ରୀପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ପୀଠରେ ବିଭିନ୍ନ ଫଳ ଚାରା ରୋପଣ କରିଥିଲେ। ଏଥିସହ ପୀଠର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ପୀଠରେ ଅଧିକ ଓଉ, କରମଙ୍ଗା, ଲେମ୍ବୁ ଆଦି ଗଛର ଚାରା ଲଗାଯିବ। କପଳାସି ପୀଠର ପରିସ୍କାର ପରିଚ୍ଛନ୍ନତା ପ୍ରତିଧ୍ୟାନ ଦେବା ସହିତ ସୁସ୍ଥ ଓ ସୌନ୍ଦଯ୍ୟମୟ ପରିବେଶ ପ୍ରତିଅଧିକ ନଜର ଦିଆଯାଇଛି ବୋଲି ଜିଲ୍ଲପଳ ସରୋଜ କୁମାର ସେଠୀ ପ୍ରକାଶ କରିଥିଲେ। ଜନସାଧାରଣ ମଧ୍ୟ ନିଜ ନିଜ ବଗିଚାରେ ଫଳ ଓ ପନିପରିବାର ଆଦି ଚାରା ଲଗାଇବା ପାଇଁ ଜିଲ୍ଲପାଳ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଜିଲାପାଳଙ୍କ ସମେତ ଜିଲ୍ଲ ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି , ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଉଦ୍ୟାନ କୃଷି ଉପ ନିର୍ଦେଶକ ଗୀତାଶ୍ରୀ ପାଢୀ, ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ଅଂଶୁମାନ ପଟ୍ଟନାୟକ, ଦେଓଗାଁ ସରପଞ୍ଚ ବିଜୟ କୁମାର ଦେହରୀଙ୍କୁ ସମେତ ବନବଭାଗି ଓ ଦେବୋତ୍ତର ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଚାରାରୋପଣ କରିଥିଲେ।