ଢେଙ୍କାନାଳ : ହିନ୍ଦୋଳ ବ୍ଲକ ଖଣ୍ଡତିରି ଗ୍ରାମର ପ୍ରତିମା ନାୟକ ଓ ଅଜୟ ନାୟକଙ୍କ ଦିବ୍ୟାଙ୍ଗ ପୁତ୍ର ଅରବିନ୍ଦଙ୍କର ଭରଣ ପୋଷଣ ପାଇଁ ଅପରାହ୍ନରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ସହାୟତା ପ୍ରଦାନ କରିଛନ୍ତି ।
ଅରବିନ୍ଦଙ୍କ ଅନୁସାଙ୍ଗିକ ଖର୍ଚ୍ଚ ପାଇଁ ୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ମଧୁବାବୁ ଭତ୍ତା ଯୋଜନାରେ ତାଙ୍କୁ ସାମିଲ କରାଇବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ମଧୁବାବୁ ଭତ୍ତା ଯୋଜନାରେ ଅରବିନ୍ଦଙ୍କୁୁ ମାସକୁ ୭୦୦ଟଙ୍କା ଲେଖାଏ ପ୍ରଦାନ କରାଯିବ ବୋଲି ଜିଲ୍ଲ ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ଜଣାଇଛନ୍ତି ।