ଢେଙ୍କାନାଳ : ଭୁବନ କାନରା ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଏକ କଳା ପଲସରରେ ପିଛା କରି ଟଙ୍କା ଭର୍ତ୍ତୀ ଭ୍ୟାନିଟକୁ ଛଡାଉଥିବା ସମୟରେ ଦୁଇ ମହିଳାଙ୍କଠାରୁ ଛଡାଇ ନପାରି ଫେରାର ହୋଇଥିଲେ ।
ସୂଚନା ଅନୁଯାୟୀ ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମର ହରିଓମ ସ୍ବଂୟ ସହାୟକ ଗୋଷ୍ଠୀର ଦୁଇ ମହିଳା ଆଜି ଭୁବନ କାନରା ବ୍ୟାଙ୍କର ଗ୍ରୁପ ଖାତାରୁ ତିନି ଲକ୍ଷ ଟଙ୍କା ଉଠାଇ ଏକ ବାଜାଜ ଡିସକଭର ଓଡି-୦୪-୮୧୦୮ ଯୋଗେ ଘରକୁ ଫେରୁଥିଲେ । ଏହି ବାଇକରେ ତିନି ବର୍ଷର ନାବାଳକ ସହିତ ଜଣେ ପୁରଷ ଓ ଦୁଇ ଜଣ ମହିଳା କୁନିଦା ଗ୍ରାମକୁ ଫେରୁଥିଲେ। ଭୁବନ କାନରା ବ୍ୟାଙ୍କରୁ ତିନି ଲକ୍ଷ ଟଙ୍କା ଉଠାଇ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ । ସେମାନେ ହେଲେ ମାତାଜୀ ବେହେରା( ୨୫) ପୁଅ ସୂର୍ଯ୍ୟ ପ୍ରକାଶ ବେହେରା (3), ସଞ୍ଜୟ ମହାରଣା (୩୮) , ସରଶ୍ବତୀ ମହାରଣା (୪୦) ।
ତେବେ ସରସ୍ବତୀ ମହାରଣା ନିଜ ଭ୍ୟାନିଟରେ ଟଙ୍କା ରଖି ଗାଡି ମଝିରେ ବସିଥିବା ବେଳେ ମାତାଜୀ ବେହେରେ ପଛରେ ବସିଥିଲେ । ତେବେ ଏମାନେ ଭୁବନ ରୁ ଘରକୁ ଫରୁଥିବା ସମୟରେ ଏକ କଳା ପଲସର ସେମାନଙ୍କୁ ପିଛା କରି ଭୁବନ ଥାନା ନିକଟ ଜାତୀୟ ରାଜପଥ ୫୩ରୁ ଟଙ୍କା ଭର୍ତ୍ତୀ ଭ୍ୟାନିଟକୁ ଛଡାଇବାକୁ ଉଦ୍ୟମ କରିଥିଲେ । ଛନତାଇ ସମୟରେ ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟ ତଳେ ପଡିଯିବା ପରେ ପଲସରରେ ଥିବା ଦୁଇ ଦୁର୍ବୁତ୍ତ ଫେରାର ହୋଇଥିଲେ । ତେବେ ଗୁରୁତର ଚାରି ଜଣଙ୍କୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ସେଠାରେ ସମସ୍ତେ ଚିକିତ୍ସିତ ହେଉଥିବା ସମୟରେ ଭୁବନ ପୋଲିସ ଖବର ପାଇ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଛି ।