ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ମାଗଣା ଚିକିତ୍ସା ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସ୍ନିଗ୍ଧାରାଣୀ !
ଢେଙ୍କାନାଳ : ସହର ସ୍ଥିତ ଦେଉଳସାହିର ସ୍ନିଗ୍ଧାରାଣୀ ପଣ୍ଡାଙ୍କୁ
ରକ୍ତଜନିତ କ୍ରୋନିକ ଆଇଟିପି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ପୁଣିସହାୟତର ହାତ ବଢ଼ାଇଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ଆକ୍ରାନ୍ତ ଛାତ୍ରୀଙ୍କ ଅଧିକ ଚିକିତ୍ସା ପାଇଁ ଜିଲାପାଳ ତାଙ୍କୁ ୧୦ହଜାରଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
ସ୍ନିଗ୍ଧାରାଣୀଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ଏହି ରୋଗର ଲକ୍ଷଣ ଦେଖାଦେଇଥିଲା। ଏହିରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥବାରୁ ଛାତ୍ରୀଙ୍କ ପରିବାର ଅସହାୟ ହୋଇ ପଡ଼ିଥିଲେ। ତେବେ କିଛିଦିନ ପୂର୍ବରୁ ସେମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥଲେ। ଜିଲ୍ଲାପାଳ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଇ କଟକ ସ୍ଥିତ ଏସ୍ସିବି ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ। ପରେ ଭୁବନେଶ୍ୱରସ୍ଥିତ ଏମ୍ସ୍ରେ ତାଙ୍କର ଅଧିକ ଚିକିତ୍ସା ହୋଇଥିଲା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହିଚିକିତ୍ସା ନିମନେ୍ତ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲ।
ତେବେ ଚିକିତ୍ସିତ ହେଉଥିଲେ ମଧ୍ୟ ଔଷଧର ମୂଲ୍ୟ ଅଧିକ ରହୁଥିବାରୁ ସ୍ନିଗ୍ଧାରାଣୀ ତାହା କିଣିପାରୁ ନାହାନ୍ତି। ଏ ସର୍ମ୍ପକରେ ଜାଣିବା ପରେ ଜିଲ୍ଲାପାଳ ତାଙ୍କୁ ସହଯୋଗର ହାତ ବଢାଇ ରେଡକ୍ରସ ପାଣ୍ଠିରୁ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି ।
ଏଥିସହ ତାଙ୍କର ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ସ୍ନିଗ୍ଧାଙ୍କ ଚିକିତ୍ସା ନିମନ୍ତେ ୬ନଂ ୱାର୍ଡକାଉନସଲରି ସନ୍ଦୀପ କୁମାର ଷଡଙ୍ଗୀ ମଧ୍ୟ ସମସ୍ତ ସହଯୋଗ ପ୍ରଦାନ କରିଛନ୍ତି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ମାଗଣା ଚିକିତ୍ସା ପାଇଥିବାରୁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଥିଲେ ସ୍ନିଗ୍ଧାରାଣୀ ଓ ପରିବାର !