ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ !

ଢ଼େଙ୍କାନାଳ ଜିଲ୍ଲା ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।

ଆଟେଣ୍ଡାନ୍ସ ସାର୍ଟିଫିକେଟ୍ ଆଉ ବ୍ୟାକ୍ ପେପର ଫର୍ମ ପୂରଣ ପାଇଁ ୮ ହଜାର ୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତ୍ତମ ରାଉତ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସର ଦୁଇଟି ଦଳ ପୃଥକ ଭାବେ ଆଇନ ମହାବିଦ୍ୟାଳୟ ଓ ଢେଙ୍କାନାଳ ଷ୍ଟେସନ ବଜାର ସ୍ଥିତ ତାଙ୍କ ଘରେ ଚଢାଉ କରିଥିଲା ।

ସୂଚନାନୁଯାୟୀ, ଆଇନ ମହାବିଦ୍ୟାଳୟର ମାସୁଦ ହୁସେନ ନାମକ ଜଣେ ଆଇନ ଛାତ୍ର ବ୍ୟାକ୍ ପେପର ଫର୍ମ ପୂରଣ ପାଇଁ ଆବଶ୍ୟକ ଆଟେଣ୍ଡାନ୍ସ ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ । ଏଥିପାଇଁ ଲ କଲେଜର ମୁଖ୍ୟ କିରାଣୀ ଉତ୍ତମ ରାଉତ ୧୦ହଜାର ଟଙ୍କା ଦାବି କରିଥିଲେ । ପରେ ୮ହଜାର ୫ଶହ ଟଙ୍କା ଦେବେ ବୋଲିକହିଥିଲେ। ଏ ସମ୍ପର୍କରେ ମାସୁଦ ହୁସେନ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଫଳରେ କଟକ ଭିଜିଲାନ୍ସ ଟିମ୍ ସହାୟତାରେ ଅନୁଗୁଳ ଭିଜିଲାନ୍ସର ଏକ ଟିମ୍ ଲାଞ୍ଚ ନେବା ବେଳେ ଉତ୍ତମଙ୍କୁ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ରେ ଲାଞ୍ଚ ନେଉଥିବା ବେଳେ କାବୁ କରିଥିଲେ।

Leave A Reply

Your email address will not be published.

thirteen + 6 =