ବିଜୁ ଯୁବ ଛାତ୍ର ଜନତା ଦଳ ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ : ୨୪୪ ୟୁନିଟ ରକ୍ତ ସଂଗ୍ରହ !

ଢେଙ୍କାନାଳ : ପରଜଙ୍ଗ ବ୍ଲକ ଅନ୍ତର୍ଗତ ପରଜଙ୍ଗ ମହାବିଦ୍ୟାଳୟ ଠାରେ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ପରଜଙ୍ଗ ବିଜୁ ଯୁବ ଛାତ୍ର ଜନତା ଦଳ ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ।

ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ,ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୋ ପରିବାର ଜିଲ୍ଲା ସଂଯୋଜକ ତଥା ବିଜୁ ଜନତା ଦଳ ଛାତ୍ର ସଭାପତି ସୁରଜ୍ ମହାପାତ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା,ବିଜୁ ଯୁବ ଜନତା ଦଳ ସଭାପତି ସୁବ୍ରତ ଦାସ,ଜିଲ୍ଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ,ଜିଲ୍ଲାପରିଷଦ ଉପ ସଭାନେତ୍ରି ବିଳାସିନୀ ସେଠୀ, ବିଜୁ ଜନତା ଦଳ ମହିଳା ସଭାପତି ସାଗରିକା ମିଶ୍ର,ଛାତ୍ର ବିଜେଡି ସଭାପତି ପ୍ରୀୟଜିତ୍ ସାମଲ,ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଗୌତମ ପାଣି,୩ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ରୁନୁ ବର୍ମା ,୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ନିରାକାର ପ୍ରଧାନ,ବିଜେଡି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ଆଜି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୨୪୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

Leave A Reply

Your email address will not be published.

16 − 4 =