ଢେଙ୍କାନାଳ : ଭାରତ ବିକାଶ ପରିଷଦ, ସହୀଦ ବାଜି ରାଉତ ଶାଖା, ଢେଙ୍କାନାଳର ଏକ ବୈଠକ ରିଜର୍ଭ ପୋଲିସ ଲାଇନ ସ୍ଥିତ ଦି କ୍ରିଏସନ ଅଫିସରେ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ପରିଷଦର ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ପ୍ରାନ୍ତୀୟ ସଭାପତି ସତ୍ୟବାଦୀ ଦାସ, ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ମହାରଣା, ସଂଗଠନ ସମ୍ପାଦକ ରାମଚନ୍ଦ୍ର ଦଳାଇ, ପୁରୀ ଶାଖା ସମ୍ପାଦକ ସୌମେନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ସହୀଦ ବାଜି ରାଉତ ଶାଖାର ସଭାପତି ଇଂ.ବାବୁଚାନ୍ଦ ମହାଳିକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପ୍ରାରମ୍ଭ ହୋଇଥିଲା । ପରିଷଦ ସମ୍ପର୍କ, ସହଯୋଗ, ସଂସ୍କାର, ସେବା, ସମର୍ପଣ , ଏହିପରି ୫ ଟି ଆଦର୍ଶ ର ସମାହାର କୁ ନେଇ କାମ କରୁଥିବା ବିଷୟ ପ୍ରାନ୍ତ ସଭାପତି ବିଷଦ ଭାବରେ ଆଲୋଚନା କରିଥିଲେ । ପ୍ରାନ୍ତୀୟ ସମ୍ପାଦକ ସମାଜର ଋଣକୁ ସେବା ମାଧ୍ୟମରେ ପରିଶୋଧ କରିବା ପ୍ରତ୍ୟେକ ନାଗରିକ ଙ୍କ କର୍ତବ୍ୟ ସହ ଜୀବନ ତତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ ।
ପୁରୀ ଶାଖା ସମ୍ପାଦକ, ପରିଷଦ ପ୍ରତ୍ୟେକ ବର୍ଷ ପରି ବିଦ୍ୟାଳୟ ମାନଙ୍କରେ ଜାତୀୟ ସାମୁହିକ ସଙ୍ଗୀତ ଗାନ, ଗୁରୁବନ୍ଦନ ଛାତ୍ର ଅଭିନନ୍ଦନ, ଭାରତ କୋ ଜାନୋ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତି ସହ ସଂସ୍କାର ଓ ସମର୍ପଣ ଭାବ ଜାଗ୍ରତ କରିବା ଲକ୍ଷ ଏବଂ ଏହାକୁ ଢେଙ୍କାନାଳ ଶାଖା କିପରି ସେପ୍ଟେମ୍ବର ମାସ ମଧ୍ୟରେ ସମାପ୍ତ କରିବ ତାର ରୂପରେଖ ବିଷୟରେ କଥା ରଖି ଥିଲେ ।
ସର୍ବଶେଷରେ ରାଷ୍ଟ୍ରୀୟ ସଚିବ ପୂର୍ଣଚନ୍ଦ୍ର ଖୁଣ୍ଟିଆ ସାମଗ୍ରିକ ଭାବରେ ସଦସ୍ୟ ମାନଙ୍କୁ ସାରା ଭାରତରେ ଭାରତ ବିକାଶ ପରିଷଦ ର କାର୍ଯ୍ୟଧାରା , କାର୍ଯ୍ୟକର୍ତ୍ତା ମାନଙ୍କ କର୍ତବ୍ୟ ବିଷୟରେ ଅବଗତ କରାଇବା ସହ ବହୁ ପ୍ରେରଣାଦାୟୀ ଉକ୍ତି ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଷ୍ଟ୍ରଗୀତ “ବନ୍ଦେ ମାତରଂ ” ଗାନ ଓ ଶେଷରେ ଜାତୀୟ ସଙ୍ଗୀତ “ଜନଗଣ ମନ ଅଧିନାୟକ “‘ ଗାନ କରାଯାଇଥିଲା । ଶାଖା ସମ୍ପାଦକ ଡ଼. ସମୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଶାଖା ର ପୃଷ୍ଠ ପୋଷକ ହରେକୃଷ୍ଣ କର, କୋଷାଧ୍ୟକ୍ଷ ମାନସ ମହାପାତ୍ର, ସଦସ୍ୟ ନବଦ୍ୱୀପ ନାୟକ, ବ୍ରଜ କିଶୋର ମହାନ୍ତି, ମୋନାଲିସା ମାହୁନ୍ତ, ଅନିଲ ରାଉତ, ସବିତା ଧୀର, ରାମନାଥ ପାତ୍ର, ଦିଲ୍ଲୀପ ଜେନା, ଡ.ଭୂପେଶ ସାହୁ, ଅଭିନାଶ ପଟନାୟକ ଓ ସ୍ୱାତୀ ନନ୍ଦ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।